ଭାରତର ବିଜୟ ନେଇ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ତରଫରୁ ବିଜୟ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଅପରେସନ ସିନ୍ଦୁରର ସଫଳତା, ପାକିସ୍ତାନ ବିରୁଦ୍ଧରେ ଭାରତର ବିଜୟ ପରିପ୍ରେକ୍ଷୀରେ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ତରଫରୁ ସଇଁତଲା ବ୍ଲକ ଟିକ୍ରାପଡ଼ା ଠାରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି | ଏହି ଉପଲକ୍ଷେ ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତା ଓ ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ, ଅରବିନ୍ଦ ସୁପକାର, ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ କୁମୁରା, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ବିଶ୍ୱ ହିନ୍ଦୁ ପରିଷଦ ବିଭାଗ ସଭାପତି ନାରାୟଣ ପଣ୍ଡା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେନ୍ଦ୍ର ଠାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏହି ଅବସରରେ ‘ଅପରେସନ ସିନ୍ଦୁର’ରେ ଅଂଶଗ୍ରହଣ କରିଥିବା ବୀର ଯବାନ ଟିଟୁ ରାୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ପାକିସ୍ତାନ ବିରୁଦ୍ଧରେ ସାମରିକ ପଦକ୍ଷେପ ନେବାପାଇଁ ଭାରତୀୟ ସେନାକୁ ଖୋଲା ଛାଡ଼ିବା କେନ୍ଦ୍ର ସରକାରଙ୍କ ଏକ ସମୟୋଚିତ ପଦକ୍ଷେପ ଥିଲା | ବିଶ୍ୱ ସମ୍ମୁଖରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାରେ ଆମେ ସମସ୍ତେ ଭାରତବାସୀ ଗର୍ବିତ ବୋଲି ବକ୍ତାଗଣ ମତପ୍ରକାଶ କରିଥିଲେ | ବାସୁଦେବ ଚୌହାନ ଅତିଥି ପରିଚୟ ଓ କରୁଣାସିନ୍ଧୁ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଭାରତମାତାକୀ ଜୟ, ପାକିସ୍ତାନ ମୁର୍ଦ୍ଦାବାଦ, ଶହୀଦ ଯବାନ ଅମର ରହେ ଆଦି ନାରା ପ୍ରଦାନ ପୂର୍ବକ ଗ୍ରାମରେ ବିଜୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା | ଧନୀରାମ ଭୋଇ, କୃତ୍ତିବାସ କଲେତ, ଚିତ୍ତରଞ୍ଜନ ରାଜପଲିଆ, ସୁରେଶ ଦନ୍ତା, ବିବେକାନନ୍ଦ ରାଜପଲିଆ, ପିଣ୍ଟୁ ବଗର୍ତ୍ତୀ, ବଚୁ ସିଂ ବାବୁ, ପ୍ରମୋଦ ଭୋଇ, ପିଣ୍ଟୁ ଦାଶ, ନାରାୟଣ ଚିନ୍ଦା, ମଧୁ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.