ନୂତନ ଏସପିଙ୍କୁ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ କର୍ମକର୍ତ୍ତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ର ନୂତନ ଏସପି ନାରାୟଣ ନାୟକଙ୍କୁ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା କର୍ମକର୍ତ୍ତା। ଦୁର୍ଘଟଣା ରୋକିବାକୁ ନିର୍ଦ୍ଧିଷ୍ଟ ସମୟରେ ଭାରି ଯାନ ଚଳାଚଳ ବ୍ୟବସ୍ଥାକୁ ସଦର ମହକୁମାରେ ଲାଗୁ କରିବା, ବେଆଇନ୍ ନିଶା କାରବାର ଓ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଦୃତ ଗତିରେ ବାଇକ ଚଳାଉଥିବା ଆରୋହୀ ଙ୍କୁ ରୋକ ଲଗାଇବାକୁ ଓ ବିଶେଷ କରି ନାବାଳକ ଗାଡ଼ି ଚାଳକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ଛିନ୍ ତାଇ ଉପରେ ଜିରୋ ଟଲରେନ୍ସ, ପ୍ରତ୍ୟହ ସହରକୁ ଆସୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ଖଣି ଅଧିକାରୀ ଙ୍କ ପ୍ରୋତ୍ସାହନରେ ଜିଲ୍ଲାର ତେଲ ନଦୀ, ମହାନଦୀ ଓ ଅଙ୍ଗନଦୀ ତଥା ସମସ୍ତ ଯୋର ମାନଙ୍କରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଲଘୁ ଖଣିଜ ସମ୍ପଦ ଲୁଟେରା ଓ ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଏସପି ଙ୍କୁ ଏଭଳି ଅନେକ ସୂ ଚିନ୍ତିତ ପ୍ରସ୍ତାବ ପ୍ରଦାନ ସହ ଜନତା ଙ୍କ ସହିତ ଉତ୍ତମ ବ୍ୟବହାର ଓ ସୂ -ସମ୍ପର୍କ ରଖି ସବୁଠି ଆମ ପୋଲିସ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଅନୁରୋଧ କରିଥିଲେ। ସହର ତଥା ସମସ୍ତ ଥାନା ଅଞ୍ଚଳ କୁ ଅଚାନକ ପରିଦର୍ଶନ ଓ କାର୍ଯ୍ଯ ସମୀକ୍ଷା କରି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଦିଗରେ କର୍ମଚାରୀଙ୍କ ଆତ୍ମ ବିଶ୍ବାସ ବଢ଼ାଇବାକୁ ମଧ୍ୟ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସପି ଶ୍ରୀ ନାୟକ ସହର ତଥା ଜିଲ୍ଲା ରେ ଲୋକ ଙ୍କ ସୁରକ୍ଷା ପାଇଁ ୯୨ ଗୋଟି ନୂତନ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ବିଷୟ ପ୍ରକାଶ କରି ଜିଲ୍ଲାର ସମସ୍ତ ଥାନା ମାନଙ୍କରେ ମହିଳା ମାନଙ୍କ ସୁବିଧା ପାଇଁ ସବୁଠି କିଛି କିଛି ମହିଳା କର୍ମଚାରୀ ଦେବାସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପବ୍ଲିକ, ବୁଦ୍ଧିଜୀବୀ ଓ ମିଡିଆଙ୍କ ସହଯୋଗ କାମନା କରିଛନ୍ତି ଓ ସାଧାରଣ ଜନତା ଙ୍କ ଅଭିଯୋଗ ପାଇଁ ସବୁବେଳେ ମୋ ଦୁଆର ଖୋଲା ବୋଲି ପ୍ରକାଶ କରିଥିଲେ। ସଂଘର ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଏସପି ଙ୍କୁ ସଂଘର କିଛି ସ୍ମୃତି ଫଳକ ପ୍ରଦାନ କରିଥିବା ବେଳେ ୨୦୧୦ ମସିହା ରୁ ଅନବରତ ଭାବେ ଚାଲିଥିବା ଏହି ସଂଘର ସାମ୍ୱାଦିକ କଲ୍ୟାଣ ଓ ସାମାଜିକ କାର୍ଯ୍ଯ କୁ ଏସପି ଶ୍ରୀ ନାୟକ ଭୂୟସୀ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.