ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ସୁନାମାଲ ଗାଁ ନିକଟସ୍ଥ ନଦୀ ପାଖରେ ଥିବା ଏକ ଗଛରୁ ରବିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ସୁନାମାଲ ଗ୍ରାମର ଶକ୍ତି ପରାଭୋଏଙ୍କ ସ୍ତ୍ରୀ ବୈଜୟନ୍ତୀ ପରାଭୋଏ (୨୦) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରୁ ବୈଜୟନ୍ତୀ ନିଖୋଜ ହୋଇଥିବାବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ମିଲି ନଥିଲା। ତେବେ ରବିବାର ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ନଦୀ କୂଳର ଏକ ଗଛରୁ ଦେଖିବାକୁ ମିଳିଥିଲା। ଏନେଇ ପରିବାର ଲୋକେ କୋକସରା ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରି ପରିବାର ଲୋକଙ୍କ ଉପସ୍ଥିତରେ ଶବ ଜବତ କରାଯାଇ ଥିଲା। ଏବଂ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ମହିଳା ଜଣକ ନିଜେ ପିନ୍ଧିଥିବା ଶାଢ଼ୀରେ ଫାଶୀ ଲଗାଇ ଥିବାବେଳେ ପୁଲିସ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଛି। ଅନ୍ୟପଟେ ମହିଳା ଜଣକ କେଉଁ କାରଣରୁ ଏଭଲି ନିଷ୍ପତ୍ତି ନେଇଛନ୍ତି, ନାଁ ମୃତ୍ୟୁର ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.