ବଡ଼ ଭାଇର ଟାଙ୍ଗିଆ ଚୋଟରେ ପ୍ରାଣ ହାରିଲା ସାନ ଭାଇ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ଆଜି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ଗୋପି ବାଗ (୫୦ ବର୍ଷ) ନିଜ ସାନ ଭାଇ ଜୁଗଳ ବାଗ (୪୫ ବର୍ଷ) ଉପରେ ଗୁଣିଗାରେଡ଼ି ନେଇ ସନ୍ଦେହ କରି ଟାଙ୍ଗିଆ ନେଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜୁଗଳ ବାଗ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ଗ୍ରାମବାସୀ ଜୁନାଗଡ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଆୟତକୁ ଆଣି ଅଭିଯୁକ୍ତ ଗୋପି ବାଗଙ୍କୁ ଗିରଫ କରିଥିଲେ। ଏହି ସମୟରେ ଗୋପିଙ୍କ ଅବସ୍ଥା ଅସୁସ୍ଥ ଥିବାରୁ ପୋଲିସ ସେଇଠି ଥିବା ଡାକ୍ତରଖାନାକୁ ଭର୍ତ୍ତି କରିଛନ୍ତି।  ପୋଲିସ ଏବେ ଘଟଣା ବିଷୟରେ ତଦନ୍ତ ଜାରି ରଖିଛି। ଗ୍ରାମ ଓ ପରିବାର ମଧ୍ୟରେ ଏହି ଘଟଣା ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.