ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ, ପୁଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିରୁ ଧର୍ମଗଡ଼ ବ୍ଲକକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ର ଭୁର୍ଷାଗୁଡା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ଗ୍ରାମର ଜଣେ ବିଧବା ବୃଦ୍ଧା  ହାରାବତୀ ଧଙ୍ଗଡାମାଝୀ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିଲେ l ଦୁର୍ଘଟଣା ଘଟେଇଥିବା ଗାଡି ଫେରାର ହୋଇ ଯାଇଥିବା ବେଳେ ରାସ୍ତାରେ ପଡି ବୃଦ୍ଧା ମହିଳା ଜଣକ ଗୁରୁତର ଅବସ୍ଥାରେ ପଡି ରହିଥିଲେ । କିଛି ସ୍ଥାନୀୟ ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିବା ବେଳେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଆମପାଣି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସଆଇ ଈଶ୍ୱର ଚନ୍ଦ୍ର ସିରକା ସୂଚନା ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ ମୃତ ବୃଦ୍ଧା ଭୁର୍ଷାଗୁଡା ୟୁପି ସ୍କୁଲରେ ଦୀର୍ଘ ବର୍ଷ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ । ଏଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.