ଚ଼ିଲିକା ନିର୍ବାଚନ ମଣ୍ଡଳୀରେ ଆଇନ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଓଡିଆ ବାର୍ତ୍ତା/ ଚ଼ିଲିକା (ବିଶ୍ବ ବିଜୟୀ ଦାଶ): ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ସ୍ଥିତ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମ ନିକଟରେ ୩୫.୩୧ ଲକ୍ଷ ଟଙ୍କା‌ ବିନିମୟରେ ଅଶୋକ ନାଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଓ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଳସିଂହ ସ୍ଥିତ ୨୧.୨୯ ଲକ୍ଷ ଟଙ୍କା‌ ବିନିମୟରେ ଜୟମଙ୍ଗଳ ପ୍ରକଳ୍ପ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ। ଏହି ପ୍ରକଳ୍ପ ଗୁଡ଼ିକ ହେବା ଦ୍ୱାରା ଚାଷୀ ଭାଇ ଓ ଭଉଣୀମାନେ ନିଜ ଜମିରେ ଜଳସେଚନ କରି ଉପକୃତ ହୋଇପାରିବେ। ଚ଼ିଲିକା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ମୋ ପାଇଁ ପ୍ରାଥମିକତା।ଆଗାମୀ ଦିନରେ ଆହୁରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ବିକଶିତ ଚ଼ିଲିକା ଗଠନ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ବିଜେପି ନେତା ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଗୋଲକ ବିହାରୀ ପଟ୍ଟନାୟକ ବାଣପୁର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ ପଟ୍ଟନାୟକ, ସମିତିସଭ୍ୟା ଅନିତା ପ୍ରଧାନ, ବରିଷ୍ଠ ନେତା ସୁମନ୍ତ ପଟ୍ଟନାୟକ, ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.