କିଡ଼ିଙ୍ଗ ବେହେରା ପୋଲରେ ପୁଣି ଓଲଟିଲା ଚାଉଳ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା – ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଗୋଟିଏ ସପ୍ତାହ ନପୁରୁଣୁ ଏହି ପୋଲ ଉପରେ ଆଉ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତିଶଗଡ ରାଜ୍ୟର ରାୟପୁର ଠାରୁ ବିଶାଖାପାଟଣା ଯାଉଥିବା ସିଜି-୦୪-ଏନଏଫ୍-୯୯୪୬ ନମ୍ବର ବିଶିଷ୍ଟ ଚାଉଳ ବୋଝେଇ ଟ୍ରକ ଆଜି ସକାଳ ସମୟରେ କିଡିଙ୍ଗ ନିକଟସ୍ଥ ବେହେରାପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ପ୍ରତିଦିନ ଏଠାରେ ଛୋଟ ମୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟିପାତ କରିନାହିଁ। ଫଳରେ ବେହେରାପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି। ତେବେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରାପୋଲ ନିକଟରେ ଥ‌ିବା ବୁଲାଣିକୁ ଜାଗାକୁ ଚିହ୍ନଟ କରିବା ସହିତ କୈାଣସି ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେରେ ଦାବି ହେଉଛି। ବର୍ତମାନ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିବା ବେଳେ ସିକେରକୁପା ଫାଣ୍ଡି ପୋଲିସ ଘଟଣାସୁଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.