ଦୋରା ସମାଜର ପ୍ରଗତି ପାଇଁ ମାଗଣାରେ ଟିୟୁସନ ପ୍ରଦାନ

ନାଗଝରୀରେ ସୁକନ୍ୟା ପାଇଁ ମୁଠି ଚାଉଳର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଓ ଲାଞ୍ଜିଗଡ଼ ବ୍ଲକରେ ବସବାସ କରୁଥିବା ଦୋରା ସମ୍ପ୍ରଦାୟ ଏକ ଅବହେଳିତ, ଅଶିକ୍ଷିତ, ଆର୍ଥିକ ଅନଗ୍ରସର ଜାତି ଅଟେ। ଏହି ଜାତିର ଏକ ଆଦିବାସୀ ବର୍ଗର ହୋଇଥିଲେ ହେଁ ସରକାର ଆଦିବାସୀ ର ମାନ୍ୟତା ପ୍ରଦାନ କରିନାହାନ୍ତି। ଏହି ବର୍ଗ ଦେଶ ସ୍ୱାଧୀନତାର ୭୮ ବର୍ଷ ରେ ପଦାର୍ପଣ କରି ସାରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ତିତିରେ ବହୁତ ପଛରେ ଅଛନ୍ତି। ଏଣୁ ଦୋରା ସମାଜ ର ଯୁବକ ଶିକ୍ଷାର ଉନ୍ନତି ସମାଜର ଉନ୍ନତି ମନେକରି ସମସ୍ତ ଶିଶୁ ମାନଙ୍କୁ ସହଯୋଗ ର ହାତ ବଢ଼ାଇ ମାଗଣା ରେ ପୁସ୍ତକ ବଣ୍ଟନ ସହ ଟିୟୁସନ୍ ପ୍ରଦାନ କରୁଛନ୍ତି।ନର୍ଲା ମଣ୍ଡଳ ର ଦୋରା ସମାଜର ଯୁବ ସଭାପତି ସୁଦର୍ଶନ ଦୋରା ସମାଜର ସମସ୍ତ ପରିବାରକୁ ଏକ ଶିକ୍ଷିତ ପରିବାର କରିବାରେ ଚେଷ୍ଟା ଜାରି ରଖିଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ପ୍ରତ୍ୟେକ ଗାଁ ଯାଇ ପଲ୍ଲୀ ସଭାକରି ସଚେତନ କରୁଛନ୍ତି। ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ନାଗଝରୀ ଗ୍ରାମରେ ଏକ ଗ୍ରାମ ସଭା କରି ପ୍ରତ୍ୟେକ ଗ୍ରାମରେ ଟ୍ୟୁସନ ଓ ପାଠ୍ୟ ପୁସ୍ତକ ବଣ୍ଟନ କରିବା ସହ ସୁକନ୍ୟା ପାଇଁ ନାରୀ ମାନେ ମୁଠି ଚାଉଳ ଆଦାୟର ଶୁଭଆରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସଭାପତି ସୁଦର୍ଶନ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଦୋରା ମହାସଂଘ ର କୋଷାଧ୍ୟକ୍ଷ ସଂକୀର୍ତ୍ତନ ଦୋରା,କମିଟି ଉପଦେଷ୍ଟା ଥବିର ଦୋରା, ନର୍ଲା ମଣ୍ଡଳ କର୍ମ କର୍ତ୍ତା ଅକ୍ଷୟ ଦୋରା,ଉପ ସଭାପତି ରାମରାଓ ପାତ୍ର, ସମ୍ପାଦକ ମଧୁସୂଦନ ଦୋରା, ସହ ସମ୍ପାଦକ ଗୋବିନ୍ଦ ପତ୍ର, ପୂର୍ବତନ ଉପ ସଭାପତି ଜୟ ଦୋରା, କୋଷାଧ୍ୟକ୍ଷ ସରୋଜ କୁମାର ଦୋରା, ପଲ୍ଲୀ ସଭ୍ୟ ବୁଡୁ ଦୋରା,ଉପେନ୍ଦ୍ର ଦୋରା, ବିଶ୍ୱମ୍ବର ଦୋରା ,ନିର୍ମଳ ଦୋରା , ଶଙ୍କର ଦୋରା, ପିତାମ୍ବର ପୂଝରୀ, ରାଜାରାମ ଦୋରା, ତ୍ରିନାଥ ପାତ୍ର, ଗଜିନ୍ଦ୍ର ପାତ୍ର, ନିରଞ୍ଜନ ଦୋରା,ବଡ ଦୋରା, ବିଶ୍ୱମ୍ବର ପାତ୍ର ଅଂଚଳର ନାରୀ ଶକ୍ତି, ଯୁବକ,ବୁଦ୍ଧିଜୀବୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଦୋରା ସମାଜର ଯୁବ ସଭାପତି ସୁଦର୍ଶନ ଦୋରାଙ୍କ ଏଭଳି ସମାଜ ମଙ୍ଗଳ କାରୀ ପଦକ୍ଷେପ କୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.