ମେସିନ୍ ଦ୍ଵାରା ଚାଲିଥିଲା ମନରେଗା କାମ; ସ୍ପଟରେ ପହଞ୍ଚିଲେ ବିଭାଗୀୟ ମନ୍ତ୍ରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାରେ ଚାଲିଥିବା ମନରେଗା କାମ ମେସିନ୍ ଦ୍ଵାରା କରାଯାଉଥିବା ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଓ ନୂଆଁ ସରକାର ଙ୍କ ଗୋଟେ ବର୍ଷ ପରେ ବି ବ୍ୟୁରୋକ୍ରେଟ ଶାସନ ଯାଇ ନ ଥିବା ବିଷୟ ମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣି ପ୍ରମାଣ ସ୍ଵରୁପ ତତ୍ ସଂପର୍କିତ କିଛି ଭିଡିଓ ଫୁଟେଜ୍ ମଧ୍ୟ ଦେଇଥିଲେ। ମନ୍ତ୍ରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ର ପ୍ରତିଶୃତି ଦେବା ଅଧଘଣ୍ଟା ମଧ୍ୟରେ ସେ ଜିଲ୍ଲା ର ବିନିକା ବ୍ଲକ ଅଞ୍ଚଳ ଗସ୍ତରେ ଗଲାବେଳେ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲୁଣ୍ଡୁପାଲି ରାସ୍ତା ପାର୍ଶ୍ବରେ ରେ ହିଁ ମନରେଗା ଯୋଜନାରେ ଏକ ବନ୍ଧ କାମରେ ପୋକଲିନ୍ ମେସିନ୍ ବ୍ୟବହାର ଚାଲିଥିବା ଦେଖି ସେହି ଜାଗାରେ ଗାଡ଼ି ଅଟକାଇ ସିଧା ପାଖୋରି ରେ ପହଞ୍ଚି ଥିଲେ ମନ୍ତ୍ରୀ l ଓ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ପ୍ରକାଶଯୋଗ୍ୟ ଯେ ଉକ୍ତ କାମଟି ଗୁଆ ସାଗର ବନ୍ଧ ରୁ କେନାଲ ରାସ୍ତା ପାଇଁ ମାଟି ଉଠାଇବା ପାଇଁ ୫ଲକ୍ଷ ଟଙ୍କା ର କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟନିର୍ବାହୀ ସଂସ୍ଥା ଭାବରେ ସେଲେଡି ଗ୍ରାମ ପଞ୍ଚାୟତ ଉକ୍ତ କାମ ତୁଳାଉଥିଲେ ହେଲେ ଆଶ୍ଚର୍ଯ୍ୟ ଜନକ ଭାବରେ କାର୍ଯ୍ୟ ଫଳରେ ଚଞ୍ଚକତା ପୂର୍ବକ କାର୍ଯ୍ୟ ଆରମ୍ଭ ଓ ଶେଷ ଅବା ଅଣକୁଶଳୀ ଶ୍ରମିକଙ୍କ ଅଂଶ, ମଜୁରୀ କିମ୍ବା ଶ୍ରମ ଦିବସ ର କିଛି ଉଲ୍ଲେଖ କରିନଥିଲେ। କେନ୍ଦ୍ର ସରକାର ଙ୍କ ଏହି ଲୋକପ୍ରିୟ ଯୋଜନା ର ସ୍ଵଚ୍ଛତା ପାଇଁ ବିଭାଗୀୟ ଅଧିକାରୀଙ୍କ ହାତରେ ଉକ୍ତ କାମସବୁ ନ୍ୟସ୍ତ ଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଦୁର୍ନୀତି ଖୋର ମନବୃତ୍ତି ଓ ମନ ମାନି ଯୋଗୁଁ ଶ୍ରମିକ ମାନେ ଶହେ ଦିନର କାମ ନପାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ସାମ୍ୱାଦିକଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ରେ ରହିଲେ ଓ ଗାଁ ପଖୋରୀରେ ପହଞ୍ଚିଲେ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ରବି ନାରାୟଣ l ତାଙ୍କ କଥା ସରଳ ଓ କାମ ଟାଣ ବୋଲି ଏବେ ସବୁଠି ଚର୍ଚ୍ଚା ସୁବର୍ଣ୍ଣପୁର ଜିଲ୍ଲାରେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.