ଦୁଇଟି ପଞ୍ଚାୟତରେ ବିକାଶ ବାହନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର ( ପଦ୍ମନ ଭତ୍ରା ): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଦୁଇଟି ଗ୍ରାମ ପଞ୍ଚାୟତ ଯଥା ପୂଜାରୀଗୁଡା ଓ ମାଝିଗୁଡା ଠାରେ ବିକାଶ ବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି ଦୁଇଟି ପଞ୍ଚାୟତ ରେ ପର୍ଯ୍ୟାୟ କ୍ରମେ ସକାଳେ ଓ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ବିତମ୍ ପ୍ରଧାନ, ସମ୍ମାନିତ ଅତିଥି ଭାବେ BSSO ବିଶ୍ୱଜିତ ସିଂ, କଲ୍ୟାଣ ସିଂହପୁର ଭା.ଜ.ପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ଓ କଲ୍ୟାଣ ସିଂହପୁର ‘ଖ’ଜନ୍ ଜିଲ୍ଲା ପରିଷଦ ପ୍ରତିନିଧି ବି.ମାଧବ ରାଓ ଯୋଗ ଦେଇଥିଲେ |

ଏହି ଦୁଇଟି କାର୍ଯ୍ୟକ୍ରମରେ ପଞ୍ଚାୟତ ଗୁଡ଼ିକ ଅଧିନରେ ରହିଥିବା ସମସ୍ତ ଅଙ୍ଗନୱାଡି, ଆଶା କର୍ମୀ, ଓଡ଼ିଶା ଜୀବିକା ମିଶନରୁ ପ୍ରତ୍ୟେକ ଗ୍ରାମ୍ୟ ସ୍ୱୟଂସହାୟିକା ଗୋଷ୍ଟି, ଶକ୍ତି ବିଭାଗ, ଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ ପରି ବ୍ଲକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତି ରହିଥିଲେ |

ଏହି ପରିପେକ୍ଷିରେ ଅତିଥି ମାନଙ୍କ ଦ୍ୱାରା ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ର ଅନେକ ଜନ ହିତକର କାର୍ଯ୍ୟ କୁ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଅବଗତ କରିଥିଲେ | ଏହିଭଳି ଭାବେ ପୂଜାରୀଗୁଡା ଗ୍ରାମ ପଞ୍ଚାୟତରେ ଶ୍ରମ କାର୍ଡ ୩ଗୋଟି, ରାସନ କାର୍ଡ ୨ଗୋଟି,ଜଙ୍ଗଲ ଅଧିକାର ଅଧିନିୟମ ବଳରେ ରାଜସ୍ବ ବିଭାଗ ଦ୍ୱାରା ୫୪ଗୋଟି ଜମି ପଟ୍ଟା,

ଅନ୍ତଦୟ ଗୃହ ଯୋଜନାରୁ ୬ଗୋଟି ଆବାସ ଓ ମାଝିଗୁଡା ପଞ୍ଚାୟତ ରେ ଶ୍ରମ କାର୍ଡ ୫ଗୋଟି, ଜମି ପଟ୍ଟା ୭ଗୋଟି, ଶ୍ରମ କାର୍ଡ ୫ଗୋଟି, ମନରେଗା କାର୍ଡ ୫ଗୋଟି, ୭୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ବ୍ୟୟ ବନ୍ଦନା କାର୍ଡ ( ସ୍ଵାସ୍ତ୍ୟ କାର୍ଡ )୧୪ଗୋଟି, କୃଷି ବିଭାଗ ତରଫରୁ ଚାଷି ମାନଙ୍କ ପଞ୍ଜିକରଣ ହୋଇପାରିଛି | ଏହା ଜଙ୍ଗଲ ବିଭାଗ ଦ୍ୱାରା ଉଭୟ ପଞ୍ଚାୟତରେ ବୃକ୍ଷ ରୋପଣ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.