ପଟିଦିଅଁ ଅଙ୍କନ ଉତ୍ସବର ଦ୍ଵିତୀୟ ଦିବସ; ପଟିରେ ଲାଗିଲା ରଙ୍ଗ

ସନ୍ଧ୍ୟାରେ ଦାସକାଠିଆ ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କଲା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ୧୧ତମ ପଟିଦିଅଁ ଅଙ୍କନ ଉତ୍ସବର ଦ୍ବିତୀୟ ଦିବସରେ ଚିତ୍ରକର ମାନେ ପଟିରେ ଅନନ୍ତ ବାସୁଦେବ, ଅନନ୍ତ ନାରାୟଣ ଓ ଭୁବନେଶ୍ୱରୀଙ୍କ ରେଖାଚିତ୍ର ଆଙ୍କିବା ପରେ ରଙ୍ଗ ଲଗା ଯାଇଛି। ସନ୍ଧ୍ୟାରେ ସଭାକାର୍ଯ୍ୟକୁ ଶିଳ୍ପୀ କେଶୁଦାସ ପରିଚାଳନା କରିଥିବା ବେଳେ ଅରୁଣ ବାରିକ ମଞ୍ଚ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ‘ନୋସି’ର ଉପ ସଭାପତି ସୁବ୍ରତ ନାୟକ, ଓଡିଶୀ ନୃତ୍ୟଗୁରୁ ଭାଗବତ ପାଣି, ସମାଜସେବୀ ବିଜୟ କୁମାର୍ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଅଙ୍କିତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବସ୍ତା ପଣ୍ଡରୁଙ୍ଗୀର ଦାସକାଠିଆ ଗାୟକ ଦମ୍ପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ ଭବାନୀ ରାଣୀ ବେହେରା ଜଗନ୍ନାଥଙ୍କ ମାହାତ୍ମ୍ୟ ଦାସକାଠିଆ ମାଧ୍ୟମରେ ପରିବେଷଣ କରି ସମସ୍ତଙ୍କୁ ଆକର୍ଷିତ କରିଥିବା ବେଳେ ଦେବସ୍ମିତା ସେନ, ସାଇ ନିର୍ଝର ପାଣି, ରୀଶିତା ରାୟ ଦଳାଇ, ବୀଦିଶା ପଣ୍ଡା, ଲୋପାମୁଦ୍ରା ପାତ୍ର ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନନ୍ଦିନୀ ବିଶ୍ବାଳ, ଆଂଶିକା ମହାପାତ୍ର, ଅମ୍ରିତା ବେହେରା ପ୍ରମୁଖ ଲଘୁ ନୃତ୍ୟ ପରିବେଷଣ କରିଥିବା ବେଳେ ନନ୍ଦିନୀ ନାୟକ ଓ ନବୀନ ମଣ୍ଡଳ ଓ ପପୁନ ପ୍ରଧାନ ଜଗନ୍ନାଥ ଜଣାଣ ପରିବେଷଣ କରି ଦର୍ଶନଙ୍କ ମନ ମୋହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.