ରାକ୍ସି ଗ୍ରାମ ପଞ୍ଚାୟତରେ ବିକାଶ ବାହାନ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ପଞ୍ଚାୟତରେ ଗଡିଛି ବିକାଶ ବାହାନ। ବୁଧବାର ରାକ୍ସି ପଞ୍ଚାୟତରେ ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ଜିପିଡିଓ ରବି ନାଏକ, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ନାଏବ ସରପଞ୍ଚ କୁନ୍ତି ମାଝୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ‘ବର୍ଷ ଏକ ଉପଲବ୍ଧି ଅନେକ’ ବାର୍ତ୍ତା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବନ ବିଭାଗ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ପଞ୍ଚାୟତ ଅଞ୍ଚଳର ଅନେକ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ। ଏହି ଅବସରରେ ପଞ୍ଚାୟତର ହିତାଧିକାରୀମାନଙ୍କୁ ଜବ୍ କାର୍ଡ, ସାମାଜିକ ନିରାପତ୍ତା ଭତ୍ତା, ହୁଇଲ ଚେୟାର, ଅନ୍ତୋଦୟ ଗୃହ, ରାସନ କାର୍ଡ ଆଦି ବଣ୍ଟନ କରାଯାଇଥିଲା। ରାକ୍ସି ପିଇଓ ସହଶ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ମନୋଜ କୁମାର ଭୋଇ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏଡିଇଓ ଭଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଚୈତନ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.