ଭଟାଙ୍ଗପଦର ପଞ୍ଚାୟତରେ ସାମାଜିକ ସମୀକ୍ଷା ଗ୍ରାମସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଥିବା ଗୋଷ୍ଠୀ କେନ୍ଦ୍ର ଠାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ପର୍ଯ୍ୟାୟର ୦୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ର ସାମାଜିକ ହୋଇଥିବାବେଳେ ଏହାକୁ ଭଟାଙ୍ଗପଦର ପଞ୍ଚାୟତର ଭିଆରପି ଟିମ ଦ୍ୱାରା ତା. ୦୩ ଜୁନ ୨୫ ରିଖ ଠାରୁ ତା.୧୮, ଜୁନ ୨୦୨୫ ରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପଞ୍ଚାୟତର ସମସ୍ତ ଗାଁକୁ ଯାଇ ମନରେଗା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରାଯାଇଥିଲା। ଏହାପରେ ଆଜି ପଞ୍ଚାୟତର ଅନେକ ଜବକାର୍ଡ ଧାରୀ, ରାସନ କାର୍ଡ଼ ଧାରୀ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ସମେତ ଶତାଧିକ ଜନସାଧାରଣ ମାନଙ୍କ ଉପସ୍ଥିତିରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଛି। ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଦିଆଯାଉଥିବା ବେଲେ ତାହା ଗାଁ ସ୍ତରରେ କିଭଳି କାର୍ଯ୍ୟ କରାଯାଉଛି,ଏହା ସହିତ ଗ୍ରାମ ସ୍ତରରେ ସ୍ଥାୟୀ ସମ୍ପତି ସୃଷ୍ଟି ହୋଇପାରିଛି କି ନାହିଁ ଏବଂ ଶ୍ରମିକ ମାନେ ଠିକ ସମୟରେ ବା ନିୟମିତ ଭାବେ ନିଜ ନିଜର ପାରିଶ୍ରମିକ ରାଶି ପାଇପାରୁଛନ୍ତି କି ନାହିଁ ଏନେଇ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକ ଓ କାର୍ଯ୍ୟକୁ ପରିଚାଳନା କରୁଥିବା କର୍ମଚାରୀଙ୍କ ମଧ୍ୟରେ ଅଭିଯୋଗ ଉପସ୍ଥାପନା ଓ ସମାଧାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଦଶମୀ ମାଝୀ,ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ମାଝୀ, ଏଡିଓ ତପି ସାହୁ, ଯୋଗାଣ ସହାୟକ ପ୍ରତାପ ବିଭାର, ବିଏସଏ ବିମଲ ବାଗ, ଦିଲ୍ଲୀପ କୁମାର ଗଡ଼ତିଆ, ଭିଆରପି ମମିତା ବିଶ୍ୱାଳ, ସୁଶୀଳା ତାଣ୍ଡି, ତରୁଣୀ ହରପାଳ ସମେତ ସମସ୍ତ ଗାଁସାଥି ମାନେ ଉପସ୍ଥିତ ରହିଥିବାବେଲେ ଉକ୍ତ ଗ୍ରାମସଭାକୁ ପରିଚାଳନା କରିଥିଲେ ବ୍ଲକ ସାମାଜିକ ସମୀକ୍ଷକ ବିମଲ ବାଗ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.