ମୌଳିକ ସୁବିଧାରୁ ବଞ୍ଚିତ ହେଲେ ଧାରଣା ଦେବାକୁ ଧମକ ଦେଲେ ଏମାଲିଗୁଡା ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଧିମାନ ଜିତେନ୍ଦ୍ର ଜାକାକାଙ୍କ ନିର୍ଦେଶ କ୍ରମେ କୋଲନରା ବ୍ଲକ ଗାଡ଼ି ଶେଷଖାଲ ଗ୍ରାମ ପଞ୍ଚାୟତସ୍ତ ଏମାଲିଗୁଡା ଗ୍ରାମରେ ୧୦୦ରୁ ଉର୍ଦ୍ଧ ମହିଳା ପୁରୁଷ ଏକତ୍ରିତ ହୋଇ ଗ୍ରାମରେ ଲାଗି ରହିଥିବା ମୌଳିକ ସମସ୍ୟା ଗୁଡ଼ିକୁ ସମାଧାନ ନିମନ୍ତେ ପ୍ରତିବାଦର ସ୍ୱର ଉତ୍ତଳୋନ କରୁଛନ୍ତି | ଏଥିରେ ମୁଖ୍ୟତଃ ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ, ଗ୍ରାମ୍ୟ ଜଳ ନିଷ୍କାସନ ପ୍ରମୁଖ ରହିଅଛି | ଏଠାରେ ବହୁଜନ ସମାଜ ପାର୍ଟିର ଜିଲ୍ଲା କୋଷାଧକ୍ଷ ଧିମାନ ସୁରେଶ କରକରିଆ, ବିଷମକଟକ ନିର୍ବାଚନ ପ୍ରଭାରୀ ଧିମାନ ରଞ୍ଜୁ ସିଂ, ଦୁନ୍ଦୁଲି ସେକ୍ଟର ସଭାପତି ଧିମାନ ଜିତେନ୍ଦ୍ର କରକରିଆ, ସେକ୍ଟର ସାଧାରଣ ସମ୍ପାଦକ ଧିମାନ ଧିମାନ ମୁକୁନ୍ଦ କାଡ୍ରାକାଙ୍କ ସହ ଗ୍ରାମରୁ ହାର୍ଷା ପେଦେଣ୍ଟି, ସିଙ୍ଗାରି ପେଦେଣ୍ଟି, ତୁରଙ୍ଗି ପେଦେଣ୍ଟି, ମାଝିୱାଣୀ ପେଦେଣ୍ଟି, ପ୍ରତାପ ପେଦେଣ୍ଟି, ବାସୁ ବିଡ଼ିକା, ସମାରାଓ କାଡ୍ରାକା, ପୁରୁସୁତି ପୁଲାକା, ପିଙ୍କୁ ମିଣିୟାକାଙ୍କ ସହ ଗ୍ରାମବାସି ପ୍ରମୁଖ ରହି ଅଗାମି ଦିନରେ ଦାବି ପୂରଣ ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ ଧାରଣା ଦେବାକୁ ପଛାଇବୁ ନାହିଁ ବୋଲି କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.