ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ବେଲପଡ଼ା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ କୋଶଲ ରାଜ୍ୟମୁକ୍ତି ମୋର୍ଚାର ସଦସ୍ୟ ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି I ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାର ୮୮ଟି ବ୍ଲକରେ ପ୍ରାୟ ୨ କୋଟି ଜନସାଧାରଣ ବାସ କରୁଛନ୍ତି I ଅନୁସୂଚିତଜାତି ଓ ଅନୁସୂଚିତ ଜନଜାତି ବହୁଳ ଅଚଳ ହୋଇ ଯିବା ସତ୍ତ୍ଵେ ରାଜ୍ୟସରକାର ପ୍ରତିଟି କ୍ଷେତ୍ରରେ ବୈମାତୃକ ମନୋଭାବ ପ୍ରତି ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ କରି ଆସୁଛନ୍ତି I ଗତ ୬ ଦଶନ୍ଧି ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହୋଇ ଆସୁଛି I କିନ୍ତୁ ରାଜ୍ୟ ସରକାର ହେୟଜ୍ଞାନ କରୁଛନ୍ତି I ଭାରତ ବର୍ଷର ଅନ୍ୟରାଜ୍ୟରେ ଆବଶ୍ୟକ ଅନୁଯାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଉଥିବା ବେଳେ ପଶ୍ଚିମ ଓଡିଶା ପ୍ରତି ବୀମାତାର ପୁତ୍ର ପରି ଆଚରଣ କରାଯାଇଛି I ଦୀର୍ଘ ଦିନର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଉଠୁଛି କିନ୍ତୁ ପୂର୍ବତନ ରାଜ୍ୟସରକାର ପଶ୍ଚିମ ଓଡିଶା ପ୍ରତି ଆସିସୁତା ପ୍ରଳାଶ କରି କୌଣସି ପଦକ୍ଷେପ ନେଲେ ନାହିଁ I ସେତେବେଳେ ସବୁଠି ଆନ୍ଦୋଳନ ପରେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିଲା ନାହିଁ I ପ୍ରକାଶ ଥାଉକି ମୁଖ୍ୟ ହାଇକୋର୍ଟ କଟକ ରେ ରହିଥିବାରୁ ପଶ୍ଚିମ ଓଡିଶାବାସୀଙ୍କୁ ୪ ଶହ ରୁ ଉର୍ଦ୍ଧ କି. ମି. ଅତିକ୍ରମ କରିବାକୁ ପଡୁଛି। ଯାହା ଦ୍ୱାରା ପଶ୍ଚିମ ଓଡିଶାବାସୀଙ୍କୁ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡୁଛି I ଗରିବ ଶ୍ରେଣୀର ଲୋକ ତଥା ଆଦିବାସୀ ବର୍ଗ ପଛୁଆ ବର୍ଗ ଅନୁସୂଚିତ ଜାତି ବର୍ଗ ଖର୍ଚ୍ଚାନ୍ତ ହେବା ସହ ନ୍ୟାୟ ପାଇବାରୁ ବଞ୍ଚିତ ହେବାକୁ ପଡୁଛି I ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିକୁ ନେଇଁ ପୂର୍ବରୁ ଓକିଲ ସଙ୍ଘ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ, ରାଜ୍ୟ ନୈତିକ ଦଳ ସମର୍ଥନ କରି ଆସୁଛନ୍ତି I କିଛି ସୁଫଳ ପାଇଲେ ନାହିଁ, ଏଣୁ ବର୍ତ୍ତମାନ ଡବଲ ଇଂଜିନ ସରକାର ଥିବାରୁ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆଗତକରି ମତ ସ୍ପଷ୍ଟ ରଖି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିଛି I ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଲପଡ଼ା ବିଡ଼ିଓ ରାଜେଶ ମେହେରଙ୍କୁ ସ୍ଥାନୀୟ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତା ମାନେ ଏଜ ଦାବି ପତ୍ର ପ୍ରଦାନ କରିଛନ୍ତି I ଏହି ଦାବି ପତ୍ର ପ୍ରଦାନ ବେଳେ ଜନାର୍ଦ୍ଧନ ସିଂ, ସିପୁନ ଖମାରୀ, ଜିତୁ ନାଏକ, ଯୁଗଳ ମେହେର, ସରୋଜ ନାଏକ, ଜୟ ମେହେର, ବିତୁ ମିତ୍ତଳ, ରାଜିନ ବୁଡ଼େକ, ରାଜକିଶୋର ଛତ୍ରିଆ, ଚତୃ ବୁଡ଼େକ, ସଚିତ ମେହେର, ଚକ୍ରଧର ଥପା, ବିଶ ବୁଡ଼େକ ଓ ଅନ୍ୟମାନେ ସାମିଲ ଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.