କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଆଜି ବିଶ୍ୱ ଆଦିବାସୀ ତଥା ମୂଳନିବାସୀ ଦିବସ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। କଲ୍ୟାଣସିଂହପୁର ସଦରରେ ଥିବା ଆମ୍ବେଦକର ଯୁବମଞ୍ଚ ତରଫରୁ ବିଶ୍ୱ ମୂଳନିବାସୀ ଦିବସ ରୂପେ ପାଳନ କରୁଥିବା ବେଳେ ପାର୍ସାଲି ପଞ୍ଚାୟତରେ ନିୟମଗିରି ସୁରକ୍ଷା ସମିତି ତରଫରୁ ଲାକପଦର ଗ୍ରାମରେ ୧୧୨ ପଦର ଗ୍ରାମବାସୀଙ୍କୁ ନେଇ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କଲ୍ୟାଣସିଂହପୁର କନ୍ଧକୁଳ ସମାଜ ପକ୍ଷରୁ ମଧ୍ୟ କଲ୍ୟାଣସିଂହପୁର ରଥଯାତ୍ରା ପ୍ରାଙ୍ଗଣରେ କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ ଏକତ୍ରିତ ହୋଇ ବିଶ୍ୱ ଆଦିବାସୀ ଦିବସ ପାଳନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.