ଦୁବଲାଗଡିରେ ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ପାଳିତ ହେଲା ନିଆରା ରକ୍ଷା ବନ୍ଧନ ଉତ୍ସବ

•ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ
• ପ୍ରତିବର୍ଷ ଦୁବଲାଗଡିରେ ଧୁମଧାମରେ ପାଳନ କରାଯିବ ନୀଳରକ୍ତ କଙ୍କଡ଼ା ପାଇଁ ରକ୍ଷା ବନ୍ଧନ ଉତ୍ସବ – ପ୍ରବୀର କୁମାର ସାହୁ, ସରପଞ୍ଚ, ଦୁବଲାଗଡି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଦୁବଲାଗଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ଆୟୋଜିତ ତଥା ଦୁବଲାଗଡି ପଞ୍ଚାୟତ କାର୍ଯ୍ୟାଳୟ, ଆସୋସିଏସନ୍ ଫର୍ ବାଇଓଡାଇଭାର୍ସିଟି କଞ୍ଜର୍ଭେସନ, ଆମ ଦୁନିଆ, କ୍ୟାମ୍ପ ଉଇଥ କେୟାର, ମୁନ୍ କମ୍ୟୁନିକେସନ, ଆରଣ୍ୟକ, କଷାଫଳ ସାମୁଦ୍ରିକ ଥାନା, ଯୁବ ବିକାଶ ପ୍ରମୁଖ ଅନୁଷ୍ଠାନର ମିଳିତ ସହଯୋଗରେ ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ନିଆରା ନବମ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗଦେଇ ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ସମୁଦ୍ର କୂଳବର୍ତ୍ତି ସମସ୍ତ ପଞ୍ଚାୟତରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବେଳେ ସ୍ଥାନୀୟ ସରପଞ୍ଚ ପ୍ରବୀର କୁମାର ସାହୁ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଦୁବଲାଗଡି ବାସୀଙ୍କ ସହଯୋଗରେ ଧୁମଧାମରେ ନୀଳରକ୍ତ କଙ୍କଡ଼ା ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ରଶ୍ମିରେଖା ମହାଳିକ କଷାଫଳ ସାମୁଦ୍ରିକ ଥାନା ଅଧିକାରୀ କବି ତଥା ସାମ୍ବାଦିକ ଗଗନ କୁମାର ସେଠୀ ଓ ୩୦ ନଂ ଜୋନ ଜିଲ୍ଲା ପରିଷଦ ଶିରିଶ ଚନ୍ଦ୍ର ଦତ୍ତ ପରିଷଦ ଯୋଗଦେଇ ନୀଳରକ୍ତ କଙ୍କଡ଼ାର ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ‘ଅରଣ୍ୟକ’ର ମୁଖ୍ୟ କବି ସୁଧାକର ସେଠୀ ନୀଳରକ୍ତ କଙ୍କଡ଼ା ଆଧାରିତ କବିତା ପାଠ କରିଥିବା ବେଳେ ମୁନ୍ କମ୍ୟୁନିକେସନର ମୁଖ୍ୟ ଅବନୀ ଜେନା ନିଜ ଅନୁଭବର କଥା ରଖିଥିଲେ।
ମୁଖ୍ୟ ବ୍କ୍ତା ଏବିସିର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ନୀଳରକ୍ତ କଙ୍କଡ଼ାର ଜୀବନ ଶୈଳୀ ଓ ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ସମାଜସେବୀ ସହଦେବ ସାହୁ ଅତିଥିଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟର ନୀଳରକ୍ତ କଙ୍କଡ଼ାର ଯୁବ ଗବେଷିକା ସୁଶ୍ରୀ ଉପାସନା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏଥିରେ ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ ସଭାପତିତ୍ବ କରିଥିବା ବେଳେ
‘ଆମ ଦୁନିଆ’ର ମୁଖ୍ୟ ଗୋବିନ୍ଦ ପ୍ରସାଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ପୂର୍ବାହ୍ନରେ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ବାହାବଳପୁର ମୁହାଣର ମତ୍ସ୍ୟଜୀବୀ ତଥା କଷାଫଳ ସାମୁଦ୍ରିକ ଥାନା କର୍ମଚାରୀମାନଙ୍କୁ ସଚେତନର ବାର୍ତ୍ତା ପ୍ରଦାନ କରାଯାଇ ବେଳେ ଦୁବଲାଗଡି ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯାଇ ଥିଲା। ଗ୍ରାମର ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇ ଫୁଲ ଚନ୍ଦନ, ଧୂପଦୀପରେ ଅତିଥି ତଥା ଗ୍ରାମବାସୀଙ୍କୁ ନୀଳରକ୍ତ କଙ୍କଡ଼ା ମୁଦ୍ରିତ ସୁନ୍ଦର ରାଖି ପିନ୍ଧାଇ ସ୍ବାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହ ଗୋପାଳ ମାଇତି, ଭବଶଙ୍କର ସାହୁ, ଭକ୍ତ ଚରଣ ଦାସ, ସପନ ଦାସ, ଗୋକୁଳାନନ୍ଦ ଦାସ, ସଞ୍ଜୟ ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.