ଟିକ୍ରାପଡ଼ା ବ୍ଲକ ଦାବି ତେଜିଲା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ଗାଁକୁ ବ୍ଲକ କରାଯିବା ନେଇ ଜୋରଦାର ଦାବି ହେଉଛି | ଏନେଇ ପ୍ରହରୀ ମଣ୍ଡପ ଠାରେ ସରପଞ୍ଚ ନରେନ୍ଦ୍ର କଲେତଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା | ସଭାରେ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ, ଅରବିନ୍ଦ ସୁପକାର, ନାରାୟଣ ପଣ୍ଡା, ରମେଶ ରାଜପଲିଆ, ଆଇନଜୀବୀ ଟୁନୁ ରାଜପଲିଆ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ହୃଷିକେଶ ରାଜପଲିଆ, ଆଇନଜୀବୀ ଦିଲ୍ଲିପ ରାଜପଲିଆ, ଅକ୍ଷୟ ରଣା, ଧ୍ରୁବଚରଣ ବଗର୍ତ୍ତୀ, ଭକ୍ତବନ୍ଧୁ ପଶାୟତ, ରାଜକୁମର କଲେତ, ଅଦୀପ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ୧୯୯୨ ମସିହାରୁ ଟିକ୍ରାପଡ଼ା ବ୍ଲକ ଦାବି ନେଇ ଅଞ୍ଚଳବାସୀ ଦାବି କରୁଛନ୍ତି | ବର୍ତ୍ତମାନ ସରକାର ଏନେଇ ସବୁଜ ସଂକେତ ଦେବେ ବୋଲି ଆଶା ପ୍ରକାଶ କରୁଛୁ ବୋଲି ମତ ପ୍ରକାଶ ପାଇଥିଲା | ଆଖପାଖର ବିଭିନ୍ନ ପଞ୍ଚାୟତ ଅଞ୍ଚଳବାସୀଙ୍କୁ ସାମିଲ କରି ଅଭିଯାନକୁ ଅଧିକ ସୁଦୃଢ ଓ ପ୍ରଭାବୀ କରାଯିବା ନେଇ କାର୍ଯ୍ୟ କରିବାକୁ ସଭାରେ ସିଦ୍ଧାନ୍ତ ନିଆଯାଇଥିଲା | ସଜନୀ ଦାସ, ଆର୍ତ୍ତ ପୁଟେଲ, ରଂଜିତ ବଛା, ସୁଦାମ କାଲସାଏ, ସରୋଜ ଚନ୍ଦନ, ବିକାଶ ମିଶ୍ର, ମୀନକେତନ ରାଜପଲିଆ, ରାଧେଶ୍ୟାମ ରଣା, ସତ୍ୟନାରାୟଣ ରାଜପଲିଆ, ସାନ ରାଜପଲିଆ, ଭଗବାନ ରାଜପଲିଆ, ସତ୍ୟ ନିଆଲ, ଜୟରାମ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ଭକ୍ତବନ୍ଧୁ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.