ଆମପାଣିଠାରେ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମସ୍ତ ଶିକ୍ଷକ ଏକତା ସୁତ୍ରରେ ବାନ୍ଧି ହେବା ପାଇଁ ରବିବାର କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆମପାଣି ଧାନ ମଣ୍ଡି ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଛି। ପ୍ରଥମେ କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା ଦେବଙ୍କ ପୀଠରୁ ପୂଜାର୍ଚ୍ଚନା କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ପାରମ୍ପାରିକ ନୃତ୍ୟ ଓ ବାଦ୍ୟ ଗ୍ରହଣରେ ଏକ ଶୋଭାଯାତ୍ରା ବାହାରି ମଞ୍ଚ ନିକଟରେ ପହଞ୍ଚିଥିଲେ। ପରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କ ସଭାପତିତ୍ବରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ। ଏଥିରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ତ୍ରିନାଥ ଶବର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ସାମୁହିକ ନାବାନ୍ନ ଭକ୍ଷଣ କରିବା ସହ ପରସ୍ପର ଭିତରେ ନୂଆଁଖାଇ ଜୁହାର ଜଣାଇବା ସହ ଭୋଟଘାଟ ହୋଇଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ୮ଜଣ ଅବସରପ୍ରାପ୍ତ ଶିକ୍ଷକ, ବିଭିନ୍ନ କ୍ଳଷ୍ଟର କାର୍ଯ୍ୟରତ ଶିକ୍ଷକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଞ୍ଚକୁ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ, ଭାଗ୍ୟବାନ ବାଗ ଓ ଯଶୋଧାରା ବାଗ ସଂଯୋଜନା କରିଥିଲେ। ବରିଷ୍ଠ ଶିକ୍ଷକ ସଞ୍ଜିବ କୁମାର ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ଇଶ୍ଵରୀ ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସିଆରସିସି ବୈକୁଣ୍ଠ ଜାଲ, କେଦାରନାଥ ନାଏକ, ଶିକ୍ଷକ ରଞ୍ଜିତ ଖମାରୀ, ଚନ୍ଦ୍ର ମୋହନ ପୁଝାରୀ, ବେଣୁଧର ନାଏକ, ରତିକାନ୍ତ ଗୌଡ, ଏମ୍ଏନ୍ ପଦ୍ମଲୋଚନ ସାହୁ, ପଞ୍ଚାନନ ମାଝୀ, ଦେବିସିଂ ମାଝୀ, ଗଗନ ବିହାରୀ ପଟ୍ଟନାୟକ, ନିବେଦିତା ପୁଷ୍ଟି, ରତିକାନ୍ତ ମହାରଣା, ଜନ୍ମେଜୟ ନାଏକ, ବିରଞ୍ଚି ବାଗ, ଅର୍ଚ୍ଚନା ଦଳେଇ, ପ୍ରଭାକର ଖୁଟୁଆ, ବବ୍ରୁ ବାହାନ ବିଶି ସମେତ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.