ନେହେରୁ ଯୁବ କେନ୍ଦ୍ର ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି,୧୫/୮ : ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଆନୁକୂଲ୍ୟରେ ୧୨ ଅଗଷ୍ଟରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜଳ ଶକ୍ତି ଅଭିଯାନ ଆୟୋଜିତ ହେଉଛି । ଏହି ଅଭିଯାନର ଏକ ଅଂଶ ହେଉଛି ବୃକ୍ଷରୋପଣ କାର୍ଯ୍ୟକ୍ରମ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ ବୁଧବାର ସରିଆଁ ସ୍ଥିତ ଜଗନ୍ନାଥପଡା ପ୍ରାଥମିକ ବିଦ୍ୟାଳୟ ପରିଶରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ସରିଆଁ ଗ୍ରାମପଞ୍ଚାୟତ ସରପଞ୍ଚ ଜନନୀ ଭୋଇ, ବିଶିଷ୍ଟ ଅତିଥି ଭାବେ ପଞ୍ଚାୟତ ହାଇସ୍କୁଲ ସରିଆଁର ବିଜ୍ଞାନ ଶିକ୍ଷକ ଗଙ୍ଗା ନାରାୟଣ ଦାଶ, ଭାରତୀୟ ଶିଶୁ ମନ୍ଦିର ସରିଆଁର ପ୍ରଧାନ ଆଚାର୍ଯ୍ୟ ପୁରୋହିତ ନାୟକ, ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଭୋଇ, ହେମନ୍ତ କୁମାର ସାହୁ, ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ସ୍ବାଧିନ କୁମାର ଭୋଇ, ସମ୍ପାଦକ ସରୋଜ କୁମାର ମହାପାତ୍ର ପ୍ରମୂଖ ଯୋଗ ଦେଇଥିବାବେଳେ ନେହେରୁ ଯୁବା କେନ୍ଦ୍ରର ସ୍ବଚ୍ଛାସେବୀ ଉତ୍କଳିକା ସାହୁ ଓ ମିଲନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଅତିଥି ମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯିବାସହ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅତିଥିମାନେ ବର୍ତ୍ତମାନର ସମୟରେ ଜଳ ସଂରକ୍ଷଣର ଗୁରୁତ୍ବ ଓ ବୃକ୍ଷରୋପଣର ଉପଦେୟତା ସଂପର୍କରେ ଆଲୋକପାତ କରିଥିଲେ । 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.