କରମତଲାରେ ୩୫ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ଗାଁରେ ବାରପାଲି ଯାଦବ ସମାଜ ଆନୁକୂଲ୍ୟରେ ୩୫ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଏବଂ ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଛି | ମଠାଧିଶ ସଦାନନ୍ଦ ଦାଶଙ୍କ ମାର୍ଗଦର୍ଶନ ତଥା ମନ୍ଦିର କମିଟି ସଭାପତି ମନୋହର ବାଗଙ୍କ ତତ୍ତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା | ପୂଜାର୍ଚ୍ଚନାରେ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଶତପଥିଙ୍କୁ ଦୁର୍ଗାପ୍ରସାଦ ଶର୍ମା, ଭବାନୀଶଙ୍କର ପାଣିଗ୍ରାହୀ, ସୁଦାମ ଶତପଥି, ତ୍ରିନାଥ ଶତପଥି, ରବି ପାଢ଼ୀ ସହାୟତା କରିଥିଲେ | ପ୍ରେମାନନ୍ଦ ବଗର୍ତ୍ତୀ, ବିଜୟ ବିଶି, ରାଜକିଶୋର ସିଂ ବୁଡ଼େକ କର୍ତ୍ତା ରହିଥିଲେ | ସତ୍ୟନାରାୟଣ ବଗର୍ତ୍ତୀ, ସଂକୀର୍ତ୍ତନ ବଗର୍ତ୍ତୀ, ମକରନ୍ଦ ବକୁଳ, ପର୍ଶୁରାମ ବଗର୍ତ୍ତୀ, ନିତେଇ ମହାକୁର, ପାଇକ ବାଗ, ରୋହିତ ବାଗ, ପ୍ରହ୍ଲାଦ ପୋଢ଼, ରୁପାଧର ବାଗ, ସନ୍ତୋଷ ବାଗ, ବଜନାଥ ପୋଢ଼, ସୁରେଶ ବାଗ, ଇନ୍ଦ୍ର ମହାକୁର, ଦେବେନ୍ଦ୍ର ବାଗ, ନରୋତ୍ତମ ବଗର୍ତ୍ତୀ, ଡିଙ୍ଗର ବାଗ, ଧନୁ ବାଗ, ବିଶ୍ଵାମିତ୍ର ବାଗ, କଙ୍ଗାଲୁ ବାଗ, ସୁଦେବ ବଗର୍ତ୍ତୀ, ଲଳିତ ବାଗ, ବିଦ୍ୟା ବାଗ, ମାୟାଧର ବାଗ, କବିରାଜ ବାଗଙ୍କ ସମେତ ଶତାଧିକ ସଦସ୍ୟ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.