ଭାନପୁର ଗ୍ରାମରେ ୨୬ତମ ମହାଲକ୍ଷ୍ମୀ ପୂଜା

ଉଦଘାଟିତ ହେଲା ଗୌର ଚନ୍ଦ୍ର ମାଝୀ ମଞ୍ଚ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏନେଇ ସୋମବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଇତ୍ୟବସରରେ ବୁଧବାର ଦିନ ସନ୍ଧ୍ୟାରେ ଭାନପୁର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵର୍ଗୀୟ ଗୌରଚନ୍ଦ୍ର ମାଝୀ ଙ୍କ ନାମରେ ନାମିତ ଗୌରଚନ୍ଦ୍ର ରଙ୍ଗ ମଞ୍ଚ ଉଦ୍ଘାଟନ କରାଯାଇଥିଲା। ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଭାନପୁର ଗ୍ରାମ ର ଗୌନ୍ତିଆ ଘନଶ୍ୟାମ ପଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ସାହୁ, ଲମ୍ବୋଦର ପଧାନ, ଋଷି ନାଗ, ଭାରତ ଭୁଷଣ ମାଝୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ବରିଷ୍ଠ ଶିକ୍ଷକ ଧ୍ରୁବ ନାଗ, ସଞ୍ଜୟ ଦାସ, ଟଙ୍କଧର ନାଗ ମଞ୍ଚ ପରିଚାଳନା କରିଥଲେ ଓ ଭାନପୁର ସାଂସ୍କୃତିକ ଅନୁଷ୍ଠାନ ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଭାନପୁର ଗ୍ରାମ ର ନାଟ୍ୟ କଳାକାର, ସଙ୍କୀର୍ତ୍ତନ ଗାୟକ, ବାୟକ କଳାକାର ଓ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଭାନପୁର ଗ୍ରାମ ତଥା ଆଖ ପାଖ ଗ୍ରାମର କଳାକାର ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.