ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାର ରଣା ପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ୪ର୍ଥ ବର୍ଷ ଲକ୍ଷ୍ମୀ ପୂଜା ସମାରୋହରେ ସମ୍ପନ୍ନ ହୋଇଯାଇଛି | ଜନତା ପୁଟେଲ, ମଞ୍ଜୁ ପୁଟେଲ କର୍ତ୍ତା ତଥା ଅକ୍ଷୟ ସୁଆର ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | କରମତଲା ପଞ୍ଚାୟତ ସଦର ମହକୁମା ଠାରେ ଲକ୍ଷ୍ମୀ ନାରାୟଣ କଳା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଲକ୍ଷ୍ମୀ ପୂଜା ଏ’ଥର ୨୬ତମ ବର୍ଷରେ ପଦାର୍ପଣ କରିଛି | ଏଥିରେ ପୂଜା କମିଟି ସଭାପତି ରୋହିତ ବାଗ, ନିର୍ମଳା ବାଗ, ପ୍ରେମରାଜ ବୁଡ଼େକ, ପଦ୍ମା ବୁଡ଼େକ କର୍ତ୍ତା ତଥା ଯୁଧିଷ୍ଠିର ହୋତା ପୂଜକ ରହିଥିଲେ | କମିଟି ସମ୍ପାଦକ ଚନ୍ଦ୍ରକୁମାର ସେଠ୍, ରଞ୍ଜିତ ବାଗ, ଧ୍ରୁବଚରଣ ବାଗ, ତ୍ରିନାଥ ବାଗ, ଦେବେନ୍ଦ୍ର ବାଗ, କ୍ଷମା ନାଏକ, ଜଲାର ସିଂ ବୁଡ଼େକ, ସନ୍ତୋଷ ବୁଡ଼େକ, ପାଲେଶ୍ଵର ମଲ୍ଲିକଙ୍କ ସମେତ ଭକ୍ତବୃନ୍ଦ ସହଯୋଗ କରିଥିଲେ | କରମତଲା ପଞ୍ଚାୟତ ମୁର୍ରୁମୁଣ୍ଡା ଗ୍ରାମରେ ଲଷ୍ମୀ ନାରାୟଣୀ କଳା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ୨୨ତମ ଲଷ୍ମୀ ପୂଜାରେ ରବିଚନ୍ଦ୍ର ବାଗ, ତ୍ରିବେଣୀ ବାଗ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ | ରବିଚନ୍ଦ୍ର ପାଢ଼ୀ ପୂଜକ ରହିଥିଲେ | ଅରବିନ୍ଦ ନାଗ, ଚୌତୁକ ବାଗ, ଗୌର ବାଗ, ଗୁରୁଦେବ ମହାକୁର, ଉମାକାନ୍ତ ବାଗ, ରାଜେନ୍ଦ୍ର ବାଗ, ରିଙ୍କୁ ବାଗ, କୌତୁକ ବାଗଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |





