ମ.ରାମପୁରରେ ମହାଲକ୍ଷ୍ମୀ ପୂଜା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳ ସାଗର ପଡ଼ା ଠାରେ ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ‘ମହାଲକ୍ଷ୍ମୀ’ ପୂଜା ସମ୍ପନ୍ନ ହୋଇ ଯାଇଛି। କର୍ତ୍ତା ସଞ୍ଜୀବ ସାହୁ, ଜ୍ୟୋସ୍ନା ରାଣୀ ସାହୁଙ୍କ ଦ୍ଵାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇ ଥିବା ବେଳେ ପୂଜକ ଭାବେ ଅଶୋକ ତ୍ରିପାଠୀ, ଉଦ୍ଧବ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଆଜି ଛପନ ଭୋଗ ଓ ସନ୍ଧ୍ୟାରେ ଦୀପ ଯଜ୍ଞ ଆୟୋଜନ କରା ଯାଇଥିଲା। ଏହି ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ପୂଜା କମିଟି ଦ୍ବାରା କିଶୋର ନାଏକ, କୁନି ସାହୁ, ସବିତା ସାହୁ, ନିର୍ମଳା ବିଶି, ମୀରା ଦଣ୍ଡସେନା ସମ୍ମାନୀତ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘ୍ ସଭାପତି ରୋମାଞ୍ଚ ସାହୁ, ମ.ରାମପୁର ବ୍ଲକ ବିଜେଡି ସଭାପତି ସତ୍ୟ ନାରାୟଣ ସାହୁ, ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିଲେ । ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଯଦୁମଣି ବିଶି, ପରମେଶ୍ବର ସାହୁ, ନିରଞ୍ଜନ ସାହୁ, ସର୍ବେଶ୍ଵର ସାହୁ,ଜୟନ୍ତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.