ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ତହସିଲ ଅନ୍ତର୍ଗତ ଊର୍ଲାଦାନୀ ଗ୍ରାମ ପଞ୍ଚାୟତର ଜୁରା ଖମନ ଗାଁକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତହସିଲଦାର୍ ସନ୍ଦୀପ କୁମାର ତିର୍କୀଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନକାରୀ ଦଳ ଜୁରାଖମନ ଗ୍ରାମକୁ ଯାଇ କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରିଛନ୍ତି । ତହସିଲଦାର୍ ନିଜେ ଉକ୍ତ ଜଙ୍ଗଲ ଗ୍ରାମକୁ ଯାଇ ତଳେ ବସି ନିଜ ଉପସ୍ଥିତିରେ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ଅନୁଧ୍ୟାନ ରିପୋର୍ଟ ପ୍ରଦାନ ପରେ ଏହି ଗ୍ରାମକୁ ଆଗାମୀ ଦିନରେ ବିଧିବଦ୍ଧ ଭାବେ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି । ଏହି କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ସୁପରଭାଇଜର ଯତୀନ୍ଦ୍ର ଭୋଇ, ରାଜସ୍ବ ନୀରିକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ, ଉର୍ଲାଦାନୀ ଆର୍.ଆଇ ଲୋକେଶ ସେନାପତି ପ୍ରମୁଖ ଉପସ୍ଥିତ ରହି ଥିଲେ ।





