ଫପସି ଠାରୁ ବଡମାଲ୍ ରେଳ ଷ୍ଟେସନ ରାସ୍ତା ନିର୍ମାଣ ପାଇଁ ଭୂମୀପୂଜନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତର ଫପସି ଠାରୁ ବଡମାଲ୍ ରେଳ ଷ୍ଟେସନ ରାସ୍ତା ନିର୍ମାଣର ଭୂମୀପୂଜନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୋଲାବାରୁଦ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାଶ ଯୋଗଦାନ କରି ଭୂମୀପୂଜନ କରିଥିଲେ। ଏହି ରାସ୍ତାର ନିର୍ମାଣ କାମ ମ୍ୟୁନିସନ ଇଣ୍ଡିଆ ଲିମିଟେଡର ସି ଏସ୍ ଅର୍ ପାଣ୍ଠିରୁ କରାଯାଉଛି। ଏହି କାର୍ଯ୍ୟକ୍ରମରେ କାରଖାନାର ଅତିରିକ୍ତ ମହା ପ୍ରବନ୍ଧକ ପ୍ରଭାସ ଭୋଇ, ସି ଏସ ଆର୍ ର ନୋଡାଲ ଅଧିକାରୀ ହିମାଂଶୁ ତ୍ରିପାଠୀ, ମ୍ୟାନେଜର ସୁରେଶ୍ଵର ମେହେର, ଗଣ୍ଡପତ୍ରାପାଳି ସରପଞ୍ଚ ମନେଶ ସୁନା, ସମିତି ସଭ୍ୟା ଅମ୍ରିତା ଦୀପ, ଧରପଗଡ ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା ଓ ଅନ୍ୟାନ୍ୟଙ୍କ ମଧ୍ୟରେ ପ୍ରେମଚନ୍ଦ ଜୈନ, ରାଜା ବେହେରା, ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ପଣ୍ଡା, ଗାର୍ଗବ ବଗର୍ତ୍ତୀ, ବୁଲୁ ବେହେରା, ପ୍ରେମ ସ୍ବାଇଁ, ସର୍ବେଶ୍ଵର ପାତ୍ରଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.