ପୂର୍ଣ୍ଣାହୁତି ସହ ସଂପନ୍ନ ହେଲା ରୁପ୍ରାରୋଡ ଲକ୍ଷ୍ମୀ ପୂଜା: ଶେଷ ରଜନୀ ଅସୀମା ପଣ୍ଡା ମେଲୋଡ଼ିରେ ପ୍ରବଳ ଜନ ସମାଗମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ମହାଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୂତି ପଡ଼ିଛି। ଗତ ଗୁରୁବାର ଦିନଠୁ ସପ୍ତାହ ବ୍ୟାପୀ ଚାଲିଥିଲା ମହାଲକ୍ଷ୍ମୀ ପୂଜା। ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସଦସ୍ୟ ଦିନେଶ ଅଗ୍ରୱାଲା, ସୁଦୀପ୍ତ ସେଠୀ, ନୀରଜ ଶର୍ମା(ସାନୁ), ବାବୁଲା ସାହୁ, ଦେବରାଜ ମାଝୀ, ରୋମାଞ୍ଚଳ ଡାକୁଆ, କିସନଲାଲ ଭୋଇ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଲାଲ୍ ଦାଦା ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ପରିଚାଳନା କରୁଥିଲେ। ନରେଶ ଅଗ୍ରୱାଲା (ବବ୍ଲୁ) ଦମ୍ପତି ପୂଜା କର୍ତ୍ତା ଦାୟୀତ୍ୱ ନିର୍ବାହନ କରିଥିଲେ। ତିତକେଲାର ବିଷ୍ଣୁ ପଣ୍ଡା ପୂଜକ ପଣ୍ଡିତ ଭାବରେ ଓ କିଶୋର ନନ୍ଦ ସହଯୋଗୀ ଭାବରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଶୁକ୍ରବାର ସକାଳେ ଏହାର ପୂର୍ଣ୍ଣାହୂତି ପଡ଼ିଛି। ମନୋରଞ୍ଜନ କାର୍ଯ୍ୟକ୍ରମରେ ଆରମ୍ଭ ଦିନ ଗୁରୁବାର ସନ୍ଧ୍ୟାରୁ ନୟାଗଡ଼ର ଯାତ୍ରାପାର୍ଟି ରବିବାର ଯାଏଁ ଚାରିଦିନ ଧରି ଅପେରା ମଞ୍ଚସ୍ଥ କରିଥିଲେ। ସୋମବାର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରଖ, ସେହିଭଳି ଡିସେମ୍ବର ୪ ଗୁରୁବାର ଶେଷ ରଜନୀରେ ଅସୀମା ପଣ୍ଡାଙ୍କ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା। ରୁପ୍ରାରୋଡର ବହୁ ପ୍ରସିଦ୍ଧ ଏହି ମହାଲକ୍ଷ୍ମୀ ପୂଜାରେ ପ୍ରତ୍ୟହ ପ୍ରବଳ ଜନସମାଗମ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.