ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ରେ ସମ୍ବର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ “ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫” ଭାବେ କନକ ନିଉଜ ଚେନେଲ୍ ତରଫରୁ ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି। ଭୁବନେଶ୍ୱର ହୋଟେଲ ପଲ୍ ହାଇଟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନକ ନିଉଜ ସିଇଓ ତଥା ଚେୟାରମେନ ସମ୍ବାଦ କନକ ଗ୍ରୁପ ତନୟା ପଟ୍ଟନାୟକ ଓ ସର୍ବ ଭାରତୀୟ ସ୍ତରର ଜର୍ଣାଲିଷ୍ଟ ଶିଲା ଭଟ୍ଟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଡ଼. ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ଅନେକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ମଧ୍ଯ ଏହି ସମ୍ବର୍ଧନା ଉତ୍ସବରେ ସାମିଲ ହୋଇଥିଲେ।  ଏହି ଖବର ଜଣାପଡିବା ପରେ ସୁବର୍ଣ୍ଣପୁରର ବିଭିନ୍ନ ସଙ୍ଗଠନ,  ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳଜୀ ଯୋଗାଳୟ, ସୋନପୁର କଲେଜ ଏନସିସି, ଭାରତ ବିକାଶ ପରିଷଦ ସୋନପୁର, ଦିବ୍ୟଊର୍ଜା ଯୋଗ ସେବା ସମିତି ପ୍ରମୁଖ ଏବଂ ସହରର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.