ଡିସେମ୍ବର ୨୮ରେ ପ୍ରଗତି ପ୍ରତିଭା ପ୍ରତିଯୋଗିତା: ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ରଛାତ୍ରୀ ପାଇବେ ନିଶୁଳ୍କ ଶିକ୍ଷା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପ୍ରଗତି ଶିକ୍ଷାନୁଷ୍ଠାନରେ ପ୍ରଗତି ପ୍ରତିଭା ପ୍ରତିଯୋଗିତା ପରୀକ୍ଷାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶେଷଦେଵ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା, ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ବିନୋଦ ବିହାରୀ ପ୍ରଧାନ, ବିଦ୍ୟା ସାଗର ମୁଣ୍ଡ, ଶଶୀଭୂଷଣ ଦାସ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଶ୍ରୀ ପଣ୍ଡା ପ୍ରଗତି ପ୍ରତିଭା ପ୍ରତିଯୋଗିତାର ସ୍ୱରୂପ ସମ୍ପର୍କରେ ଆଲୋଚନା ପୂର୍ବକ କହିଥିଲେ, ଅନୁଷ୍ଠାନଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଗତି ପ୍ରତିଭା ପ୍ରତିଯୋଗିତା ଚଳିତ ଡିସେମ୍ବର ମାସ ୨୮ ତାରିଖରେ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତାରେ ଓଡ଼ିଆ ମାଧ୍ୟମରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ଆଧାର କରି ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ କୃତି ପ୍ରତିଯୋଗୀମାନଙ୍କୁ ଅର୍ଥ ରାଶି ପୁରସ୍କାର ପ୍ରଦାନ ପୂର୍ବକ ଦୁଇ ବର୍ଷ ପାଇଁ ବିନା ଶୁଳ୍କରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ଶ୍ରୀ ପଣ୍ଡା ଘୋଷଣା କରିଥିଲେ । ଏହା ସହିତ ଶ୍ରେଷ୍ଠ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ ସହିତଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.