ଓଷ୍ଟା ପକ୍ଷରୁ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ୍ ଓଷ୍ଟାର ସଭାପତି କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ବ୍ଲକ୍ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ସମେତ ମୁସ୍କୁଟି, ଶ୍ରୀପୁର୍, ମୁରସିଙ୍ଗ୍, ଲାଖପଦର, ମାଣ୍ଡେଲ୍, ରୁପ୍ରାରୋଡ୍, ନର୍ଲା, ଘୋଡାବନ୍ଧ, ଉଲିକୁପା ଓ ଟକର୍ଲା ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଓଷ୍ଟାର ନର୍ଲା ବ୍ଲକ୍ ସମ୍ପାଦକ ବିକ୍ରମ ଗୌଡ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି ମୁଖ୍ୟ ଅତିଥି, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା ମୁଖ୍ୟବକ୍ତା, ବିସମିଲା ଖାଁ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଳାକାର ସର୍ବେଶ୍ବର ଭୋଇ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ଗାଳ୍ପିକ ଡିଲେଶ୍ୱର ରଣା, ଶିକ୍ଷକ ସୁଦାମ ଚରଣ ମିଶ୍ର, ଜୟଚନ୍ଦ୍ର ଭୋଇ, ରାଧାକାନ୍ତ ସେନାପତି, ବିଷ୍ଣୁ ଚରଣ ସେନାପତି, ଗିରିଧାରୀ ନାଗ, ପ୍ରଦୀପ ନନ୍ଦ ଓ ଶିଶିର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ମନୋଜ ଭୋଇ, ତେଜରାଜ ସାହୁ, ସୁବାସ ପଧାନ, ବିଜୟ ସାହୁ ତଥା ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନେ ସହଯୋଗ କରିଥିଲେ। ଉକ୍ତ ଉତ୍ସବର ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ, ସେହିପରି ରବିବାର (ଆଜି) ମେଦିନିପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବରେ ବିଜୟୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.