ଘର ସାମ୍ନାରେ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କୁ ହତ୍ୟା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନ୍‌ଏମ୍‌ ସୁପରାଇଜରଙ୍କ ମୃତଦେହ ନିଜ ଘର ଆଗରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏହାସହ ତାଙ୍କ ଘର କବାଟ ମଧ୍ୟ ତାଲା ଭଙ୍ଗା ଯାଇଛି। ଏକାକୀର ସୁଯୋଗ ନେଇ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ୍‌ କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ନାମ ସୁଚିତ୍ରା ଖୁଣ୍ଟିଆ (୬୨) ବୋଲି ଜଣାପଡ଼ିଥିବାବେଳେ ତାଙ୍କ ସ୍ବାମୀ ଓ ପୁଅ ବାହାରେ ରହୁଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.