ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁଜ୍ଞାନ କୁମାର ବାରିକ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଲୋହିସିଙ୍ଗା ଥାନାରେ ରହିଥିଲେ। ଆଇଆଇସି ଶ୍ରୀ ବାରିକ ଥାନାରେ ଯୋଗ ଦେବାପରେ ଆଇନ ଶୃଙ୍ଖଳା, ଅପରାଧୀଙ୍କ କାର୍ଯ୍ୟ କଳାପ ନିୟନ୍ତ୍ରଣ, ଜନ ସାଧାରଣରଙ୍କ ସହିତ ସୁସମ୍ପର୍କ ରଖି କାର୍ଯ୍ୟ କରିବା ଆଦି ଦିଗରେ ଗୁରୁତ୍ବ ଦିଆଯିବ ବୋଲି ମତ ରଖିଛନ୍ତି।





