ଭବାନୀପାଟଣା ଠାରୁ ଶ୍ରୀକ୍ଷେତ୍ର ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୮ ଜଣ ଶ୍ରଦ୍ଧାଳୁ ପଣ୍ଡିତ ମଙ୍ଗୁଳୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଠ ମହନ୍ତ ଶ୍ରୀ ଜଗନ୍ନାଥ ଦାଶଙ୍କ ମାର୍ଗଦର୍ଶନରେ ତ୍ରିନାଥ ସେଠୀ, ଅଭିମନ୍ୟୁ ପ୍ରଧାନ, ସୀତାକାନ୍ତ ପ୍ରଧାନ, ମଧୁ ସୁଦାନ ବେହେରା, ପୁରୁଷୋତ୍ତମ ପ୍ରଧାନ, ଘାସିରାମ ଜେନା, କମ୍ବୁପାଣି ପରିଛା, ନଗେନ୍ ମହାରଣା, କାଳୀ ପ୍ରସାଦ ଡାକୁଆ, ରବିଚନ୍ଦ୍ର ଆରୁଖ, ଭାଗିରଥି ମହାରଣା, ଭଗବାନ ବିଶୋଇ, ଜଗବନ୍ଧୁ ବେହେରା, ଜଗନ୍ନାଥ ମହାରଣା, ସନ୍ତୋଷ ନାୟକ, ସଚ୍ଚିଦାନନ୍ଦ ମହାଖୁଡ଼, କ୍ଷିରସିନ୍ଧୁ ପ୍ରଧାନ, ଇନ୍ଦ୍ରମଣି ଡାକୁଆ, ଅଶ୍ଵିନୀ ପ୍ରଧାନ ଓ ବିକାଶ ସାହୁ ଆଜି ପ୍ରାତଃ ୫ ଘଣ୍ଟା ୩୬ ମିନିଟ୍ ସମୟରେ ବାଗପୁର ଠାରୁ ଆଜିର ଯାତ୍ରା ଆରମ୍ଭ କରି ଶେରଗଡ଼ ଜଗନ୍ନାଥ ମନ୍ଦିରରେ ମଧ୍ୟାହ୍ନରେ ପ୍ରସାଦ ସେବନ କରି ମ. ରାମପୁର ତଳସାଗର ପଡ଼ାସ୍ଥିତ କାଳୀ ମନ୍ଦିର ଠାରେ ରାତ୍ରୀ ଯାପନ କରିଥିଲେ। ଦିନକୁ ୨୫ ରୁ ୩୦ କି.ମି ଯାତ୍ରା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମହନ୍ତ ଶ୍ରୀ ଜଗନ୍ନାଥ ଦାସ ପ୍ରକାଶ କରିଥିଲେ। ଅନେକ ଶୁଭେଚ୍ଛୁ, ହୃଦୟବାନ ବ୍ୟକ୍ତି ଶ୍ରଦ୍ଧାଳୁ ମାନଙ୍କ ସହ ଦଣ୍ଡ ଗୁରୁ ଶ୍ରୀ ପଦ୍ମଲୋଚନ ମହାଖୁଡ କଳା ମନ୍ଦିର ଛକ ନିକଟରେ ପହଁଚି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପଣ୍ଡିତ ମଙ୍ଗୁଲୁ ମିଶ୍ର ନାମରେ ବିଶ୍ୱାସ, ଜୀବ ପ୍ରତି ଦୟା, ପ୍ରକୃତିକୁ ପ୍ରେମ କରିବାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟ ଥିବା ପ୍ରକାଶ କରିଛନ୍ତି। ପ୍ରାୟ ୧୮ଦିନରେ ପୁରୀ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଥିବା କମ୍ବୁପାଣି ପରିଛା ପ୍ରକାଶ କରିଛନ୍ତି। ଏଥିରେ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ରଜନୀ କାନ୍ତ ମହାଖୁଡ଼, ଲଲିତ ମହାକୁଡ଼, ନରେନ୍ଦ୍ର ମହାଖୁଡ଼ ,କ୍ଷମା ନିଧି ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.