ସେଁପୁର ଧନୁଯାତ୍ରା ମହୋତ୍ସବର ପ୍ରଥମ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚ ସେଁପୁର ଧନୁଯାତ୍ରା ମହୋତ୍ସବ-୨୦୨୫ ଆରମ୍ଭ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଳାଶ ଦୁର୍ଗା, ନାଏବ ସରପଞ୍ଚ ରୋହିତ ଯୁଆଡଙ୍କ ସମେତ ସଭାପତି ମାନଗୋବିନ୍ଦ ମାଝୀ, ଉପ ସଭାପତି ସୁକାନ୍ତ ମାଝୀ, ଭାଗ୍ୟବାନ ସାହୁ, କିଶୋର ସାହୁ, ଜିତେନ୍ ବାଗ, ମୁଖ୍ୟ ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ଶେଖର ସାହୁ, ବାଳ କ୍ରିଷ୍ଣା ପାରି, ପଙ୍କଜ ବାଗ, ଫଟୁଲାଲ ବାଗ, ବାଞ୍ଛାନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ଦେବକୀ ବିବାହ, କଂସଙ୍କ ରାଜ୍ୟାଭିଷେକ ଓ ଦେବକୀ ବାସୁଦେବଙ୍କ କାରାଗାର ପ୍ରେରଣ ମଞ୍ଚସ୍ଥ ହୋଇଥିଲା। ମହାରାଜ କଂସ ଭୂମିକାରେ ଝସକେତନ ପ୍ରଧାନଙ୍କ ଅଭିନୟ ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇଛି। ୟୁଥ ମାସ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.