କନକପୁର ଠାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତାଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କନକପୁର ଠାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଜୟପାଟଣା ବ୍ଲକ ବିଜୁ ଜନତା ଦଳର ସଭାପତି ମିନକେତନ ପୁଝାରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ଡି ବିଜୁ ଜନତା ଦଳ ସଭାପତି ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାରୋହର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଥୁଆମୁଲ ରାମପୁର ବ୍ଲକର ବରିଷ୍ଠ ବିଜେଡି ନେତା ମାଣିକ୍ୟ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଭ୍ୟ ପରକ୍ଷୀତ ନାଏକ, ଜୟପାଟଣା ବ୍ଲକ ଜୋନ-୨ ର ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, ଅନ୍ୟ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ବିଜେଡିର ପଞ୍ଚାୟତ ସ୍ତରୀୟ ସଭାପତି, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳ ଏବଂ ମଣ୍ଡି ସୁପରିଚାଳନାରେ ଅବ୍ୟବସ୍ଥା ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିବାସହ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସଭାକୁ ଜୟପାଟଣା ବ୍ଲକ ଯୁବ ସଭାପତି ଅମ୍ବୁଜ ଧଙ୍ଗଡା ମାଝି ପରିଚାଳନା କରିଥିବା ବେଳେ ବ୍ଳକ ସଭାପତି ମିନକେତନ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.