ନର୍ଲା ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ପୁଣିଥରେ ନିଯୁକ୍ତ ହେଲେ ପ୍ରମିଳା ପଧାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ପୁଣିଥରେ ନିଯୁକ୍ତ ହୋଇଛନ୍ତି ପ୍ରମିଳା ପଧାନ। ମଦନପୁର ରାମପୁର ବ୍ଲକର କଢ଼େଲ ଠାରେ ଆୟୋଜିତ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା ହୋଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ନବ ନିଯୁକ୍ତ ସଭାନେତ୍ରୀ ପ୍ରମିଳା ପଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ତେବେ ଦାଇତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ପଧାନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ଦିଶାରୀ, ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ରୋମାଞ୍ଚକ ସାହୁ, ବ୍ଲକ ସଭାପତି ନିଳମଣୀ ସାହୁ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନର୍ଲା ବ୍ଲକ ଅନ୍ତର୍ଗତ ମୁରସିଂ ଗ୍ରାମର ପ୍ରମିଳା ପଧାନ ଜଣେ ନାରୀ ନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛନ୍ତି। ପୂର୍ବରୁ ସେ ସରପଞ୍ଚ ଭାବେ ନିଜର ଦାଇତ୍ୱ ସୂଚାରୁରୂପେ ସମ୍ପାଦନ କରିଛନ୍ତି। ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ଭାବେ ମଧ୍ୟ ମହିଳାମାନଙ୍କୁ ଏକଜୁଟ କରାଇ ସଚେତନତା କରାଇବା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଣେ ସୁସଂଗଠିକା ଭାବେ ମଧ୍ୟ ସେ ଦଳୀୟ ସଂଗଠନକୁ ମଜଭୁତ କରାଇ ପାରିଛନ୍ତି। ଏସବୁ ଦୃଷ୍ଟିରୁ ତାଙ୍କୁ ପୁଣିଥରେ ନର୍ଲା ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.