ଅଙ୍ଗଦାନ କରିବେ ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ନୀଳାମ୍ବର ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟି ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏହି ନୂତନ ରାଜ୍ୟ କମିଟିରେ ‘ରାଜ୍ୟ ସାଧାରଣ ସମ୍ପାଦକ’ ଭାବେ ନୀଳାମ୍ବର ସାହୁ ମନୋନୀତ ହୋଇଛନ୍ତି।
ଶ୍ରୀ ସାହୁ ଏହି ଅବସରରେ ଆଜୀବନ ସମାଜର ସେବା କରିବା ସହ ଆନୁଷ୍ଠାନିକ ଭାବରେ ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଭାରତ ସରକାରଙ୍କୁ ଚୁକ୍ତିବଦ୍ଧ ଭାବରେ ସଂକଳ୍ପ ଘୋଷଣା କରିଛନ୍ତି ଯେ ତାଙ୍କ ମୃତ୍ୟୁପରେ ଶରୀରର ପ୍ରତ୍ୱେକ ଅଙ୍ଗ ଏବଂ ଟିଶୁ ଗୁଡିକ ଦାନକରି ଅନ୍ୟର ଜୀବନ ବଞ୍ଚାଇ ପୁଣ୍ୟ ଅର୍ଜନ କରିବେ। ମୃତ୍ୟୁ ପରେ ଶାରୀରକୁ ପୋଡି ପାଉଁଶ କରିଦେବା ବଦଳରେ ଦାନ ଦେଇଦେଲେ କାହାର ଅମୁଲ୍ୟ ଜୀବନ ବଞ୍ଚିଯିବାର ହୃଦବୋଧ କରି ଏହି ମହତ୍ୱ ନିର୍ଣ୍ଣୟ ନେଇଛନ୍ତି। ନୀଳାମ୍ବର ସାହୁ ଏକ ଦଶନ୍ଧିରୁ ଉର୍ଦ୍ଧ ସଂଘର୍ଷମୟ ଛାତ୍ର ଜୀବନପଥ କଳେଜ ପ୍ରେସିଡେଣ୍ଟ ଠାରୁ ଛାମୁଆ ସଂଗଠନର ରାଜ୍ୟ ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ବହନ ପ୍ରଯ୍ୟନ୍ତ ଅତ୍ୟନ୍ତ ଜଟିଳ। ସେ ୨୦୧୪ ରେ +୩ ମହାବିଦ୍ୟାଳୟ କର୍ଲାପଡ଼ାର ସଭାପତି ରହି ଛାତ୍ର ଛାତ୍ରୀଙ୍କ ହକ ପାଇଁ ପଦଯାତ୍ରା ଓ ଧାରଣା ଦେବା, ୨୦୧୬ରେ ଛାତ୍ର ବିଜେଡି ସଦର ବ୍ଲକ ସଭାପତି ରହି “ହକ ମାଗୁଛି ଓଡିଶା” କାର୍ଯ୍ୟକ୍ରମକୁ ସଫଳ କରାଇବା। ୨୦୧୮ ରେ ଜିଲ୍ଲା ଉପ-ସଭାପତି ରହି ଜିଲ୍ଲା ଛାତ୍ର ବିଜେଡି ନେତୃତ୍ବକୁ ଆଗେଇବା। ଦଳମତ ନରଖି ଗରିବ ନିରିହ ଲୋକଙ୍କୁ ଦୁଃଖ ସୁଖରେ ଜଡିତ ରହି “ବିଜୁ ସ୍ବାସ୍ଥ୍ୟ କାର୍ଡ, ଯୋଜନାରେ ହସ୍ପିଟାଲରେ ରୋଗୀଙ୍କ ସେବା କରିବା, ସରକାରଙ୍କ ଲୋକାଭିମୁଖୀ ଯୋଜନା ତଳସ୍ତରକୁ ପହଞ୍ଚାଇବା ରେ ସକ୍ରିୟ ଭୂମିକା ରହିଥିଲା। ୨୦୨୩ ରୁ ସଦର ବିଧାନସଭା କ୍ଷେତ୍ରର ସଭାପତି ରହି ୧ ବର୍ଷ ୧୮ ମାସ ହେବ ସରକାରରେ ନଥାଇ ମଧ୍ୟ ଦଳୀୟ କାର୍ଯ୍ୟରେ ଲିପ୍ତରହି, ଅଞ୍ଚଳର ବିକାଶ ଦିଗରେ ଲୋକଙ୍କ ହକ ଅଧିକାରର ଲଢେଇରେ ସଂଗ୍ରାମ କରି ସରକାରକୁ ସଚେତନତା ଦିଗରେ ପ୍ରମୁଖ ଭୂମିକାକୁ ଗୁରୁତ୍ୱ ବହନ କରି ଦଳ ଏହିପରି ଗୁରୁ  ଦାଇତ୍ୱ ପ୍ରଦାନ କରିଥିବାର ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.