ଚତୁର୍ଥ ଦିନରେ ନର୍ଲା ଡାକ୍ତରଙ୍କ ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ଲକ ଅଧିନସ୍ଥ ଚାରି ଗୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଦାବୀ ପୁରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ଜୁନିୟର ଡାକ୍ତରଙ୍କ ଏହି ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଡାକ୍ତରଙ୍କ ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡି ବନ୍ଦ ରହିଛି ଓ ଗତକାଲି ମଧ୍ୟ ସମାନ ପରିସ୍ଥିତି ଥିଲା। ଡାକ୍ତରଙ୍କ ଦାବି ଅନୁସାରେ, ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ପଦବୀ ପୂରଣ ଭଳି ୧୦ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ସଂଘ। ଦାବି ଗୁଡ଼ିକୁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ ସିଏଶନ (ଓମ୍‌ସା) ଏଭଳି ପ୍ରତିବାଦ ଚଳାଇଛି। ଏହି ପରିପ୍ରେକ୍ଷୀରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ନର୍ଲା ବ୍ଲକ ଅଧିନସ୍ଥ ଚାରି ଗୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଡାକ୍ତର ଆନ୍ଦୋଳନ ଚାଲିଛି। ସୋମବାର ମେଡ଼ିକାଲରେ ଡାକ୍ତରମାନେ ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ କରିଛନ୍ତି। ଜରୁରୀ ସ୍ବାସ୍ଥ୍ୟସେବା ଜାରି ରହିଛି ଓ ଦାବି ପୂରଣ ନହେଲେ ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ ଆଶୁତୋଷ ପ୍ରଧାନଙ୍କ ନେତୃତ୍ବରେ ଡ ବିଶ୍ୱଜିତ ମହନ୍ତ, ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ ଆଦେଶ ପ୍ରସାଦ ମାଝୀ, ଉଳିକୁପାର ଡ ସ୍ଵାଧୀନ ମାଝୀ, ପଲମର ଡ ମଧୁସ୍ମିତା ସେନାପତି ଓ ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ ବିଶ୍ୱଜିତ୍ ମହନ୍ତ ପ୍ରମୁଖ ଏକ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ସଂଘ ଡାକରାରେ ଆମେ ଘଣ୍ଟିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛୁ। ସରକାର ଆମ ଦାବୀ ଗୁଡିକ ପୁରାଣ ନ କରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.