ମିଷ୍ଟର୍ ଅନ ଡିଭାଇଡ଼େଡ଼ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବି ସାଇଙ୍କ ବାଜିମାତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜିତୁ ଖରା ଙ୍କ ତତ୍ବାବଧାନରେ ମଧୁ ଜିମ୍ ତରଫରୁ ଜୟପୁର ସହର ର ଦଶହରା ପଡିଆ ଠାରେ ମିଷ୍ଟର୍ ଅନ ଡିଭାଇଡ଼ଡ଼ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ରଘୁ ରାମ ମାଛ,ଜୟପୁର ପୂର୍ବତନ ସାଂସଦ ରବି ନାରାୟଣ ନନ୍ଦ,କୋରାପୁଟ ପୂର୍ବତନ ସାଂସଦ ରଘୁ ରାମ ପଡ଼ାଲ,ନରି ମହାନ୍ତି ଅଧକ୍ଷ ପୌର ପରିଷଦ, ଆରତୀ ମହାନ୍ତି ବରିଷ୍ଠ ଆଇନଜୀବି କୋରାପୁଟ, ବଡ଼ି ବିଲ୍ଡିଂ ସଂଘ ର ସଭାପତି ମନୋଜ ଆଚାର୍ଯ୍ୟ ଓ ମୁଖ୍ୟ ବିଚାରକ ଭାବେ ଶିବ ରାମ ମହାରଣା ଓ ସଞ୍ଜୟ ସତପଥି ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତା ଅବିଭକ୍ତ କୋରାପୁଟ ଜିଲ୍ଲାର ୮୦ ଜଣ ପ୍ରତିଯୋଗୀଙ୍କୁ ନେଇ ୫ ଟି ଶ୍ରେଣୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡ଼ା ଜିଲ୍ଲାର ବି ସାଇ ୬୫ କେଜି ବର୍ଗରେ ପ୍ରଥମେ ରହି ବାଜିମାତ ହୋଇଥିଲେ | ରୋହିତ କୁମାର ପାଢ଼ୀ ୬୦ କେଜି ବର୍ଗରେ ଚତୁର୍ଥ,ସାଇଦ କଲିଙ୍ଗ ୫୫ କେଜି ବର୍ଗରେ ତୃତୀୟ,ଟି ରାମକୃଷ୍ଣ ୭୫ କେଜି ବର୍ଗରେ ତୃତୀୟ,ଲିଲୁ ମହାନନ୍ଦିଆ ୫୫ କେଜି ବର୍ଗରେ ପ୍ରଥମ ଓ ଅଜୟ ପେଦେଣ୍ଟି ୭୫ କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରାୟଗଡ଼ା ର ବି ସାଇ, ବାଜୀ ମାରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୀଷ୍ଟର ଅନ ଦିଭାଇଦେଡ କୋରାପୁଟ ଭାବେ ସ୍ଥାନ ଅଧିକାର କରିଥିଲେ। ରାୟଗଡା ର ସମ୍ପାଦକ ଭାବରେ ମନୋରଞ୍ଜନ ଶତପଥୀ, ଟିମ୍ ଲିଡର ଭାବରେ ପ୍ରତାପ ସ୍ୱାଇଁ,ମିଥିନ୍ ଦଳେଇ ଓ ସେକ ସର୍କିଲ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.