ଓଡ଼ିଆ ବାର୍ତ୍ତା/ କଲମପୁର| ଜୟପାଟଣା (ଭୋଜରାଜ ଛତ୍ରିଆ| ଧନେଶ୍ଵର ପୁଞ୍ଜି): ମା’ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟ କଳାହାଣ୍ଡିରୁ ପାଞ୍ଚ ଜଣ କ୍ୟାଡେଟ୍ ଆରଡ଼ିସିରେ ଚୟନ ହୋଇଛନ୍ତି । ସେଥି ମଧ୍ଯରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କପୁରମାଲ ଗ୍ରାମର ଜଣେ ଛାତ୍ର କ୍ୟାଡେଟ୍ ଖୁସିରାମ ବାଗ ଏୟାର ୱିଙ୍ଗସ୍ରେ ଚୟନ ହୋଇଛନ୍ତି । ଖୁସିରାମଙ୍କ ଗାଁରୁ ସହରକୁ ଯିବାର ଏହି ଯାତ୍ରା ସଭିଙ୍କ ମନରେ ଆଶା ଓ ଉଦ୍ଦିପନା ଭରିଦେଇଛି । ଖୁସିରାମ ନୂଆ ଦିଲ୍ଲୀରେ କରିବେ ଏୟାର ୱିଙ୍ଗ ପ୍ୟାରେଡ । ନିଜ ଅଞ୍ଚଳ ପାଇଁ ସୁନାମ ଆଣି ଥିବାରୁ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କର ଭବିଷ୍ୟତର ଉଜ୍ଜ୍ବଳ କାମନା କରିଛନ୍ତି ।





