ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ସେଁପୁର ଧନୁଯାତ୍ରାର ପଞ୍ଚମ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ସମ୍ମାନିତ ଅତିଥି ଭାବେ ବିଭୀଷଣ ସାହୁ ଜିଲ୍ଲା ସମ୍ପାଦକ ବିଜେପିଙ୍କ ସମେତ ସଭାପତି ମାନଗୋବିନ୍ଦ ମାଝୀ, ଉପ ସଭାପତି ସୁଶାନ୍ତ ମାଝୀ, ସମ୍ପାଦକ ଭାଗ୍ୟବାନ ସାହୁ, କୋଷାଧ୍ୟକ୍ଷ କିଶୋର ସାହୁ, ଯୁଗ୍ମ ସମ୍ପାଦକ ଜିତେନ୍ ବାଗ, ମୁଖ୍ୟ ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ଶେଖର ସାହୁ, ବାଳ କ୍ରିଷ୍ଣା ପାରି, ପଙ୍କଜ ବାଗ, ଫଟୁଲାଲ ବାଗ, ବାଞ୍ଛାନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଂକୀର୍ତନ ଗୁରୁ, ତବଲା ବାଦକ ତଥା କଣ୍ଠଶିଳ୍ପୀ ଅଜିତ ପଟ୍ଟନାୟକ ଏବଂ ସମାଜସେବୀକା ଶାନ୍ତିଲତା ମାଝୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦରବାରରେ ପୁତୁନା ନିହତ ଓ ପାତାଳପୁରକୁ ଆକ୍ରମଣ ଏବଂ କଂସ ଓ ପଦ୍ମାବତୀ ବିବାହ ମଞ୍ଚସ୍ଥ ହୋଇଥିଲା। ଢୋଲ ମହୁରୀ କଳା ପରିଷଦ ବଲାଙ୍ଗୀରର କଳାକାର ମାନଙ୍କ ତରଫରୁ ନୃତ୍ୟ ପରିବେଷଣ ହୋଇଥିଲା। ଜନାର୍ଦ୍ଦନ ବାଗ ମଞ୍ଚ ସଂଯୋଜନା କରିଥିଲେ। ଗ୍ରାମବାସୀ ତଥା କମିଟି କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।





