ବିଭିନ୍ନ ସଂସ୍କୃତି ଓ ପରମ୍ପରାରେ ନୂତନ ବର୍ଷ

ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ। ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ।

ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା। କିନ୍ତୁ ନୂଆ ବର୍ଷର ଏହି ଉତ୍ସବ ୨୧ ମାର୍ଚ୍ଚରେ ପାଳିତ ହେଉଥିଲା ଯାହା ବସନ୍ତର ଆଗମନ ତିଥି ମଧ୍ୟ ଭାବିନିଆ ଯାଉଥିଲା।

ପ୍ରାଚୀନ ରୋମରେ ମଧ୍ୟ ନବ ବର୍ଷୋତ୍ସବ ପାଇଁ ବଛା ଯାଇଥିଲା। ରୋମର “ତାନାଶାହା” ଜୁଲିୟସ ସିଜରଈସା ପୂର୍ବ ୪୫ବିଂ ବର୍ଷରେ ଯେବେ “ଜୁଲିୟସ କ୍ୟାଲେଣ୍ଡର” ସ୍ଥାପନା କରିଥିଲେ, ସେହି ସମୟରେ ବିଶ୍ୱରେ ପ୍ରଥମ ଥର ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ପାଳନ କରାଗଲା।

ଏହାକୁ କରିବା ପାଇଁ ଜୁଲିୟସ ସିଜରଙ୍କୁ ପୂର୍ବବର୍ଷ, ମାନେ ୪୬ ବର୍ଷ ତଳେ ୪୪୫ ଦିନର କରିବାକୁ ପଡିଥିଲା। 

• ହିନ୍ଦୁ ନବବର୍ଷ

ହିନ୍ଦୁମାନଙ୍କ ନବବର୍ଷ ଚୈତ୍ର ମାସ ନବରାତ୍ରିର ପ୍ରଥମ ଦିନମାନେ ଗୁଡି ପର୍ବରେ ସମସ୍ତ ବର୍ଷ ଚିନି କ୍ୟାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ର ଦିବସକୁ ନବବର୍ଷ ରୂପେ ପାଳନ କରାଯାଏ। ଏହା ପ୍ରାୟତଃ ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ପଡିଥାଏ।

•ହିବୃ ନବବର୍ଷ

ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା। ଏହି ସାତଦିନ ସନ୍ଧାନ ପରେ ନୂଆ ବର୍ଷ ମନାଯାଏ। ଏହି ଦିନ ଗ୍ରେଗରୀ କ୍ୟାଲେଣ୍ଡର ଅନୁସାରେ ୫ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ଆସିଥାଏ।

• ଇସ୍ଲାମୀ ନବବର୍ଷ

ଇସ୍ଲାମୀ କ୍ୟାଲେଣ୍ଡରର ନବବର୍ଷ ମହରମ ହୋଇଥାଏ। ଏହି କ୍ୟାଲେଣ୍ଡର ଏକ ପୂର୍ଣ୍ଣତ ଚନ୍ଦ୍ର ଆଧାରିତ କ୍ୟାଲେଣ୍ଡର ଅଟେ ଯାହା କାରଣରୁ ଏହାର ବାର ମାସର ଚକ୍ର ୩୩ ବର୍ଷରେ ସୌର୍ଯ୍ୟ କ୍ୟାଲେଣ୍ଡରକୁ ଗୋଟେ ଥର ବୁଲିଥାଏ। ଏହି କାରଣରୁ ନବବର୍ଷ ପ୍ରଚଳିତ (ଗ୍ରେଗୋରୀ କ୍ୟାଲେଣ୍ଡର)ରେ ଅଲଗା ଅଲଗା ମାସରେ ପଡିଥାଏ।

• ଭାରତୀୟ ନବବର୍ଷ

ଭାରତର ବିଭିନ୍ନ ଅଂଶରେ ନବବର୍ଷ ଅଲଗା ଅଲଗା ତିଥିରେ ପାଳନ କରାଯାଏ। ପ୍ରାୟତଃ ଏହି ତିଥି ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ପଡିଥାଏ। ପଞ୍ଜାବରେ ନୂଆବର୍ଷ “ବୈଶାଖୀ” ନାମରେ ୧୩ ଏପ୍ରିଲରେ ପାଳନ କରାଯାଏ।

“ଶିଖ” ନାନକ ଶାହୀ କ୍ୟାଲେଣ୍ଡର ଅନୁସାରେ ୧୪ ମାର୍ଚ୍ଚରେ ହୋଲା ମୋହଲ୍ଲା ନୂଆବର୍ଷ ହୋଇଥାଏ। ଏହି ତିଥି ପାଖାପାଖି ବଙ୍ଗାଳୀ ତଥା ତାମିଲ ନବବର୍ଷ ମଧ୍ୟ ଆସିଥାଏ।

ତେଲୁଗୁ ନବବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଆସିଥାଏ। ଆନ୍ଧ୍ରପ୍ରଦେଶରେ ଏହାକୁ “ଗୁଡ଼ି ପର୍ବ” (ୟୁଗାଦୀ=ୟୁଗ+ଆଦୀର ଅପଭ୍ରଂଶ) ରୂପେ ପାଳିତ ହୁଏ। ଏହା ଚୈତ୍ର ମାସର ପ୍ରଥମ ଦିନ ହୋଇଥାଏ।

ତାମିଲ ନବବର୍ଷ ବିଶୁ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ। ତାମିଲନାଡୁରେ ପୋଙ୍ଗଲ ୧୫ ଜାନୁଆରୀରେ ନବବର୍ଷ ରୂପେ ପାଳନ କରାଯାଏ।

କାଶ୍ମୀରୀ କ୍ୟାଲେଣ୍ଡର ନବରେହ ୧୯ ମାର୍ଚ୍ଚରେ ହୋଇଥାଏ। ମହାରାଷ୍ଟ୍ରରେ ଗୁଡ଼ି ପର୍ବ ରୂପେ ମାର୍ଚ୍ଚ-ଏପ୍ରିଲ ମାସରେ ପାଳନ କରାଯାଏ। କନ୍ନଡ଼ ନବବର୍ଷ ଉଗାଡ଼ି କର୍ଣ୍ଣାଟକ ଲୋକ ଚୈତ୍ର ମାସ ପୂର୍ବଦିନରୁ ପାଳିତ ହୁଏ।

ସିନ୍ଧି ଉତ୍ସବ “ଚେଟି ଚଣ୍ଡ”, ଉଗାଡୀ ଏବଂ ଗୁଡ଼ି ପର୍ବ ଗୋଟିଏ ଦିନରେ ପାଳିତ ହୁଏ। “ମଦୁରୋ”ରେ ଚୈତ୍ର ମାସରେ ଚୈତ୍ର ତେରୁବିଜା ନବବର୍ଷ ରୂପେ ପାଳନ ହୁଏ।

“ଓଡ଼ିଆ” ମାନଙ୍କ ନବବର୍ଷ ବୈଶାଖ ମାସର ମହାବିଷୁବ ପଣା ସଂକ୍ରାନ୍ତି ଦିନ ପାଳନ କରାଯାଏ। ଏହା ଇଂରାଜୀ ଏପ୍ରିଲ ମାସର ୧୪ ତାରିଖରେ ପ୍ରତିବର୍ଷ ପଡେ।

“ମାରୁଆଡ଼ି” ମାନଙ୍କ ନବବର୍ଷ ଦୀପାବଳୀ ଦିନ ହୋଇଥାଏ ଳ। “ଗୁଜୁରାଠୀ” ନବବର୍ଷ ଦୀପାବଳୀର ଦ୍ୱିତୀୟ ଦିନ ହୋଇଥାଏ ଯାହା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ ।

ବଙ୍ଗାଳୀ ନବବର୍ଷ ପ୍ରଥମ ବୈଶାଖୀ ୧୪ କିମ୍ବା ୧୫ ଏପ୍ରିଲରେ ପଡିଥାଏ। ପଶ୍ଚିମ ବଙ୍ଗାଳୀ ଏବଂ ବଙ୍ଗଳାଦେଶରେ ଏହି ଦିନ ନବବର୍ଷ ପାଳିତ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.