ଜିରୋ ନାଇଟ ପ୍ରୋଗ୍ରାମ କରି ନବ ବର୍ଷକୁ ସ୍ଵାଗତ: ସକାଳୁ ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଭିଡ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୫ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ୨୦୨୬ କୁ ସ୍ଵାଗତ ସାରା ବିଶ୍ଵ ସ୍ଵାଗତ କରୁଥିବା ବେଳେ ପଛରେ ପଡି ନାହାନ୍ତି ନର୍ଲାର ଯୁବ ଗୋଷ୍ଠୀ। ଜିରୋ ନାଇଟି ପ୍ରୋଗ୍ରାମ ରେ ସାରା ରାତି ନାଚଗୀତ କରି ବିଦାୟ ଦେଇଥିଲେ ପୁରୁଣା ବର୍ଷକୁ। ନୂଆ ବର୍ଷ ପ୍ରବେଶ ର ପ୍ରଥମ ମୁହୂର୍ତ୍ତ କୁ ସ୍ଵାଗତ ଜଣାଇ ବର୍ଷଟି ସମସ୍ତଙ୍କ ଜୀବନରେ ଖୁସି ଭରି ଦେଉ ବୋଲି ଶୁଭେଚ୍ଛା ଜଣାଇ ଥିଲେ। ନର୍ଲା, ନର୍ଲାରୋଡ, ସର୍ଗିଗୁଡା, ରୁପ୍ରାରୋଡ, ବାଲିପଡ଼ା, ସେରଗଡ ପ୍ରଭୃତି ସ୍ଥାନରେ କ୍ଲବ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକରେ ଯୁବ ଗୋଷ୍ଠୀ ମାନେ ସାରା ରାତି ନାଚ ଗୀତ କରି ଜିରୋ ନାଇଟ ପାଳନ କରି ନୂଆବର୍ଷ କୁ ସ୍ଵାଗତ କରିଥିଲେ। ଏହାବାଦ ନୂଆ ବର୍ଷ ଭୋର ୪ ଟା ରୁ ନର୍ଲା ଅଞ୍ଚଳର ମନ୍ଦିର ଗୁଡିକରେ ଦିଅଁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.