କ୍ରିକେଟ ଟୁର୍ନାମେଣ୍ଟ ମାଧ୍ୟମରେ ବିଏସପି ର ଗ୍ରାମୀଣ ଜନସଂଯୋଗ 

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗୁର୍ଗୀ ପଞ୍ଚାୟତର ଉପର ବାରଙ୍ଗପଦ ରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଶୁଭାରମ୍ଭ ସହ ବହୁଜନ ସମାଜ ପାର୍ଟି ର ଗ୍ରାମୀଣ ରାଜନୀତିରେ ସକ୍ରିୟ ଭୂମିକା ପୁନର୍ବାର ଦୃଶ୍ୟମାନ ହୋଇ ଉଠିଛି । ଖେଳକୁ କେନ୍ଦ୍ର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ପାର୍ଟି ର ଜନ ସଂଯୋଗ ରଣନୀତିକୁ ସ୍ପଷ୍ଟ କରିଛି । କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ଅବସରରେ ବିଏସପିର ରାଜ୍ୟ ଓ ଜିଲ୍ଲା ସ୍ତରର ବହୁ ପଦାଧିକାରୀ ଯୋଗଦେଇ ଗ୍ରାମୀଣ ଅଞ୍ଚଳରେ ଦଳର ସଂଗଠନାତ୍ମକ ଶକ୍ତିକୁ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଶ୍ରୀ ଜିତୁ ଯାକେସିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର ପୁଆଲା, ଜିଲ୍ଲା ପ୍ରଭାରୀ ଶ୍ରୀ ରାମଦାସ ଟାକ୍ରି, ଜିଲ୍ଲା ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରି ସହ ଅନ୍ୟାନ୍ୟ ନେତୃତ୍ୱ ଉପସ୍ଥିତ ଥିଲେ । ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଖେଳ ଓ ସାମାଜିକ କାର୍ଯ୍ୟକ୍ରମ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଯୁବପିଢ଼ିଙ୍କୁ ସଚେତନ ସଂଗଠିତ ଓ ସମାଜମୁଖୀ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ବିଏସପି ସଦା ସର୍ବଦା ଗ୍ରାମୀଣ ବଞ୍ଚିତ, ଦଳିତ ଓ ନିରୀହ ଶୋଷିତ ବର୍ଗଙ୍କ ଅଧିକାର ପାଇଁ କାମ କରିଆସୁଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ଲୋକମାନଙ୍କର ବ୍ୟାପକ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସହିତ ସାମାଜିକ ସଚେତନତା ବୃଦ୍ଧି ପାଇଥିବା ଦେଖାଯାଇଥିଲା । ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଏସପିର ଗ୍ରାମୀଣ ଭୋଟକୁ ଆହୁରି ମଜବୁତ କରିବ ବୋଲି ରାଜନୀତିକ ମହଳରେ ଆଲୋଚନା ଚାଲିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.