ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ:  ଚାମ୍ପିଅନ ହେଲା କଣ୍ଟାବାଞ୍ଜି ଦଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମିନି ଷ୍ଟାଡିୟମରେ ଚାଲିଆସୁଥିବା ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ କଣ୍ଟାବାଞ୍ଜି ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ଦୁଇଦଳ ଧୁଆଁ ଧାର ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରିନଥିବା ବେଳେ ଖେଳର ଦ୍ଵିତୀୟାର୍ଦ୍ଧର ଶେଷ ମୁହୂର୍ତ୍ତରେ କଣ୍ଟାବାଞ୍ଜି ଦଳ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା। ଏସ୍କନ କ୍ଲବ ତରଫରୁ ଆୟୋଜିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୪ ଜାନୁଆରୀ ରୁ ୭ ଦିନ ଧରି ଶୃଙ୍ଖଳିତ ଭାବରେ ଚାଲି ଆସୁଥିଲା। ଏଥିରେ ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦାନ କରି ଖେଳାଳିଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ। ପୂର୍ବତନ ଖେଳାଳୀ ପ୍ରଜ୍ଞା ଓ ଯଶୋ ଙ୍କ ଫଟୋ ରେ ପୁଷ୍ପାଞ୍ଜଳୀ ଦେଇଥିଲେ ଅତିଥି ବୃନ୍ଦ। ମ୍ୟାଚ ପରିଶେଷରେ ଏସ୍କନ କ୍ଲବ ର ସମ୍ପାଦକ ସୁମନ୍ତ ପୂଝାରୀ ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବରେ ନର୍ଲା ର ପୂର୍ବତନ ଖେଳାଳୀ ବଦ୍ରୀ ପ୍ରସାଦ ମିଶ୍ର, ରୁପ୍ରାରୋଡ ର ମୂଲଚନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ମ୍ୟାଚ ପରିଚାଳନା କରିଥିବା ସମସ୍ତ ରେଫରୀ ବିଶ୍ୱେଶର ବିଶି, ନାରାୟଣ ପଧାନ, ସୁରେଶ ନାଏକ, ପ୍ରଦୀପ ସାହାଣୀ, ପ୍ରୀତି ସା, ସନ୍ତୋଷ ନନ୍ଦ ନାଏକ, ନବୀନ ନାଏକ, ଶ୍ରବଣ ବାଗ, ପୂର୍ବତନ ଖେଳାଳୀ ତ୍ରିଲୋଚନ ଗୌଡ, ମ୍ୟାନ ଅଫ ଦ ମ୍ୟାଚ ଭାବରେ କଣ୍ଟାବାଞ୍ଜି ଦଳର ରାଣା ବସ୍ତି ଙ୍କୁ ଟ୍ରଫି ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଉପ ବିଜେତା ଚିଚର୍ଲା ଦଳକୁ ଟ୍ରଫି ସହ ୬୦୦୦ ଟଙ୍କା ଓ ଚାମ୍ପିଅନ କଣ୍ଟାବାଞ୍ଜି କୁ ବିଜୟୀ ଟ୍ରଫି ସହ ନଗଦ ୧୦,୦୦୦ ଟଙ୍କା ପ୍ରଦାନ କରିଥିଲେ। ଆନ୍ତର୍ଜାତୀୟ ରେଫରୀ ନବୀନ ନାଏକ ରେଫାରୀ ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିବା ବେଳେ ଶ୍ରବଣ ବାଗ ଓ ଛବି ନାଏକ ଲାଇନ ମ୍ୟାନ ଦାଇତ୍ୱ ନିର୍ବାହନ କରିଥିଲେ। ମ୍ୟାଚ କମିଶନର ଭାବରେ ନାରାୟଣ ପଧାନ ମ୍ୟାଚ ପରିଚାଳନା କରିଥିଲେ। ଆୟୋଜକ ଏସ୍କନ କ୍ଲବ ର ସମ୍ପାଦକ ସୁମନ୍ତ ପୂଝାରୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଦୀପୁ ପାତ୍ର, ବଣ୍ଟୁ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ, ତ୍ରୀଲୋଚନ ଗଉଡ଼, ପ୍ରଦୀପ ସାହାଣୀ, କୁଲୁ ଚାନ୍ଦ, ଲକ୍ଷ୍ମଣ ମାଝୀ, ପୂର୍ଣ୍ଣ ପୂଝାରୀ, ବବଲୁ ନାଗ, ମିଲୁ ସେଠୀ, ସୁଧିର ରାଉତ, ପୂର୍ବତନ କ୍ରୀଡାବିତ ଧରଣୀଧର ଧଙ୍ଗଡାମାଝୀ, ସୁକାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ସୁଧିର ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.