ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ନର୍ଲା ବ୍ଳକ୍ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ରୁପ୍ରାର ୩୬ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମମତା ମଞ୍ଜରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଆଇନଜୀବୀ ଅରୁଣ ପରିଡ଼ା ମୁଖ୍ୟ ଅତିଥି, ଗାଳ୍ପିକ ଡିଲେଶ୍ୱର ରଣା ମୁଖ୍ୟବକ୍ତା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁପ୍ରା ଶାଖା ପରିଚାଳକ ଦିନେଶ ପ୍ରଧାନ, ମୁସ୍କୁଟି ପଞ୍ଚାୟତର ସରପଞ୍ଚ ସଞ୍ଜୁଲତା ଭୋଇ ଓ ଉକ୍ତ ବିଦ୍ୟାଳୟର କ୍ରୀଡ଼ା ଓ ସଂସ୍କୃତି ଅଧିକାରୀ ମନିଷା ଚୌଧୁରୀ ସମ୍ମାନିତ ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ମୋହନ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁଧିର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ କାଳିଚରଣ ମହାପାତ୍ର ଓ ଖେଳ ଶିକ୍ଷକ ନାରାୟଣ ନାଏକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।





