ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋରାପୁଟ ଜିଲ୍ଲା ଜୟପୁର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ସମାରୋହରେ ଉତ୍ତମ କ୍ରୀଡା ଶିକ୍ଷକ ଭାବରେ ସମ୍ମାନୀତ ହୋଇଛନ୍ତି ଶିକ୍ଷକ ବାବୁଲା ମେଲାକା। କାର୍ଯ୍ୟକ୍ରମଟି ୪ ଗୋଟି ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ବାବୁଲା ମେଲାକା ସମ୍ମାନିତ ହେଇଛନ୍ତି। ଶ୍ରୀ ମେଲକାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।





