ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୬ ଆୟୋଜିତ ହୋଇଯାଇଛି।

ପ୍ରଧାନଶିକ୍ଷକ ସୁଜିତ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଏବିଇଓ ସୁଢଳଦେବ ମୁଣ୍ଡ, ମଦନପୁର ରାମପୁର ବିଆରସିସି ଜୟସେନ ନିଆଲ, ନର୍ଲା ବ୍ଳକ୍ ଶିକ୍ଷକ ସଂଘ ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ୍ ଶର୍ମା, ସିଆରସିସି ଶ୍ରବଣ ରଥ ଓ ହିମାଂଶୁ ସାହୁ, ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଘଣ୍ଟମାଳ ଉ.ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ, କେଶପଲା ଉ.ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ହରି ଅର୍ଜୁନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆଦର୍ଶ ଶିକ୍ଷକ ହରି ଅର୍ଜୁନ ସିଂହଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହାକୁ ପରିଚାଳନା କରିଥିଲେ ନେପାଳ ବିଶ୍ୱାଳ ଓ ଟିକେଧର ସାହୁ।

ପାର୍ଥମୋହନ ପ୍ରଧାନୀ, ପ୍ରଜ୍ଞା ପାରମିତା ଦାଶ, କବିତା ଗଉଡ଼, ସବିତା ଦେଇ, ତପସ୍ୱିନୀ ମହାପାତ୍ର, କବିତା ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.