ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର। ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ବେନଗାଁ ସମିତିସଭ୍ୟା ଯଶୋବନ୍ତୀ ନାଏକ, ବସନ୍ତପଡ଼ା ସମିତିସଭ୍ୟ ପୁଙ୍ଗରି ମାଝୀ, ଛତ୍ରପୁର ସମିତିସଭ୍ୟ ସନ୍ୟାସୀ ମାଝୀ, ଲାଞ୍ଜିଗଡ଼ ରୋଡ଼ ସମିତିସଭ୍ୟା ମୁକ୍ତା ଭୋଇ, ବେଡାଗାଁ ସମିତିସଭ୍ୟ ମୁନି ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ତ୍ରିନାଥ ମାଝୀ ପ୍ରମୁଖ ଆଜି ବିଜେପି ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ବିଜେପି ନେତା ଭବାନୀଶଙ୍କର ନିଆଲଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଥିଲେ। ଦଳ ତରଫରୁ ସେମାନଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.