ଭବାନୀପାଟଣାରେ ପ୍ରଥମଥର ପାଇଁ ମଧୁମେହ ବିଶେଷଜ୍ଞଙ୍କ ମଧ୍ୟବର୍ତ୍ତକାଳୀନ ଶିକ୍ଷା ସମାବେଶ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣାଠାରେ ରିସର୍ଚ୍ଚ ସୋସାଇଟି ଫର୍ ଷ୍ଟଡିଜ୍ ଅଫ୍ ଡାୟାବେଟିସ୍ ଇନ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ଚାପ୍ଟର୍ (ଆର୍.ଏସ୍.ଏସ୍.ଡ଼ି.ଆଇ) ତରଫରୁ ହୋଟେଲ ଶ୍ରୀଜା ସେଣ୍ଟ୍ରାଲ୍ଠାରେ ପ୍ରଥମଥର ପାଇଁ ଡାୟାମିଟ୍-୨ଠ୨୬ ଶୀର୍ଷକ ଏକ ମଧ୍ୟବର୍ତ୍ତୀକାଳୀନ ଶିକ୍ଷା ସମାବେଶ ଆୟୋଜିତ ହୋଇଯାଇଛି। ଜିଲ୍ଲା ତଥା ରାଜ୍ଯସ୍ତରୀୟ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ମଧୁମେହ ସମ୍ପର୍କରେ ଆଲୋଚନା ତଥା ପାଠଚକ୍ର କାର୍ଯ୍ଯକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ତଥା ସାଂପ୍ରତିକ ଗବେଷଣାମୂଳକ ନୂତନ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ସଚେତନ କରିବାର ଲକ୍ଷ୍ୟନେଇ ଆୟୋଜିତ ଏହି କାର୍ଯ୍ଯକ୍ରମକୁ ପ୍ରଦେଶ ଶାଖାର ଅଧ୍ୟକ୍ଷ ପ୍ରଫେସର୍ ଡା. ରମେଶ କୁମାର ଗୋଏଙ୍କା, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ଡା. ସଞ୍ଜୟ ଦାସ, ଡା. ସୁରେଶ କୁମାର ବଂଶଲ, କାର୍ଯ୍ଯକ୍ରମର ସାଂଗଠନିକ ସମ୍ପାଦକ ଡା. ଦୀନବନ୍ଧୁ ସାହୁ, ସାଂଗଠନିକ ଅଧ୍ୟକ୍ଷ ଡା. ଜଗୁଲାଲ ଅଗ୍ରଓ୍ୱାଲ, ଶିକ୍ଷାବିତ୍ ଡ. ଉମେଶ ଚନ୍ଦ୍ର ଶତପଥୀ, ଶହୀଦ୍ ରେଣ୍ଡୋମାଝୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କ୍ରିଷ୍ଣା କର, ପ୍ରେଫେସର ଡା. ଶରତ ଚନ୍ଦ୍ର ସିଂ ପ୍ରମୁଖଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଶିକ୍ଷା ସମାବେଶରେ ମଧୁମେହର ପ୍ରକାରଭେଦ, କାରଣ, ଲକ୍ଷଣ, ରୋଗଚିହ୍ନଟ, ଔଷଧୀୟ ଚିକିତ୍ସା, ଇନ୍ସୁଲିନ୍ ଓ ତା’ର ଉପଯୋଗ, ଗର୍ଭାବସ୍ଥାରେ ମଧୁମେହ, ମଧୁମେହ ଆକ୍ରାନ୍ତ ରୋଗୀର ପାଦର ଜଟିଳତା, କିଡ୍ନୀର ଜଟିଳତା, ମଧୁମେହ ଓ ହୃଦରୋଗ, ସ୍ନାୟବିକ ଜଟିଳତା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଫେସର ଡା. ଶରତ ଚନ୍ଦ୍ର ସିଂ, ଡାକ୍ତର ରାଜେଶ ମେହେର, ସିଦ୍ଧାର୍ଥ ପାଣିଗ୍ରାହୀ, ଶ୍ରୀକାନ୍ତ ଧର, ଡ. ଜୟନ୍ତ କୁମାର ପଣ୍ଡା, ଡ.ସନ୍ତୋଷ କୁମାର ସ୍ବାଇଁ, ଡା. ଦୀପକ ରଞ୍ଜନ ଦାସ, ଡା. ଜିଆ ଉଲ୍ ହକ୍, ଡା. ବାସନ୍ତୀ ମେହେର, ପ୍ରଫେସର ଚନ୍ଦନ ଦାସ, ଡା. ସନ୍ଦୀପ ଦେବାଶିଷ ମିଶ୍ର, ଡା. ସତ୍ଯ ନାରାୟଣ କର ପ୍ରମୁଖ ବକ୍ତବ୍ଯ ରଖିଥିଲେ। ବହୁ ଅଭିଜ୍ଞ ଓ ବରିଷ୍ଠ ଭେଷଜ ବିଶେଷଜ୍ଞଙ୍କ ଗହଣରେ ମଧୁମେହ ସମ୍ପର୍କିତ ପ୍ରଶ୍ନୋତ୍ତର ମୂଳକ ଆଲୋଚନା ଉପସ୍ଥିତ ଅଂଶଗ୍ରହଣକାରୀ ପାଇଁ ବେଶ୍ ଉପାଦେୟ ସାବ୍ଯସ୍ତ ହୋଇଥିବା ବେଳେ ଜିଲ୍ଲାର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ହରିଶ ଚନ୍ଦ୍ର ପ୍ରଧାନ ଏବଂ ଡା. କବିରାଜ ଚୌଧୁରୀଙ୍କୁ ମଧୁମେହ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମାନପତ୍ର, ଉପଢ଼ୌକନ ତଥା ସ୍ମୃତିଫଳକ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆର୍.ଏସ୍.ଏସ୍.ଡ଼ି.ଆଇ, ଓଡ଼ିଶା ଷ୍ଟେଟ୍ ଚାପ୍ଟର୍ର ମୁଖ୍ଯ ଅଧ୍ୟକ୍ଷ ଡା. ଗୋଏଙ୍କା ତଥା ଅନ୍ଯ କାର୍ଯ୍ଯକର୍ତ୍ତାଙ୍କୁ ମଧ୍ୟ ଅନୁରୂପ ଭାବେ ସମ୍ମାନିତ କରାଯାଇଥିଲ। ସ୍ଥାନୀୟ ବରିଷ୍ଠ ଡାକ୍ତର, ଆଇ.ଏମ୍.ଏ.ର ଜିଲ୍ଲା ଶାଖା, ବେସରକାରୀ ଚିକିତ୍ସାଳୟ ତଥା ମଧୁମେହ ଓ ହୃଦରୋଗ କ୍ଷେତ୍ରରେ କାର୍ଯ୍ଯ କରୁଥିବା ପ୍ରମୁଖ ଔଷଧୀୟ କମ୍ପାନୀଙ୍କ ସହାୟତାରେ ଆୟୋଜିତ ଏହି ବିଶେଷଜ୍ଞ ସମ୍ମିଳନୀ ପ୍ରାରମ୍ଭରେ ଗୁରୁ ମଧୁସୂଦନ ମହାରଣାଙ୍କ ପରିଚାଳିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ସଂଗୀତ ପରିବେଷଣ ତଥା ଜାତୀୟ ସଂଗୀତ ପରିବେଷଣରେ ଅନ୍ଯ କଣ୍ଠଶିଳ୍ପୀଙ୍କ ସହ ଅମ୍ଳାନ ଅକ୍ଷୟାଂଶୁ, ଲିପ୍ସା ବାରିକ ତଥା ବେହେଲା ବାଦନରେ ଡା. ଦୀନବନ୍ଧୁ ସାହୁ ଭାଗ ନେଇଥିଲେ। କାର୍ଯ୍ଯକ୍ରମର ଅନ୍ତିମ ପର୍ଯ୍ଯାୟରେ ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା. ଦୀନବନ୍ଧୁ ସାହୁ ସମସ୍ତ ଅତିଥି ଅଭ୍ଯାଗତ, ଅଂଶୀଦାର ସମସ୍ତ ଡାକ୍ତର, ସାମ୍ବାଦିକ, ଶୁଭେଚ୍ଛୁମାନଙ୍କୁ ଆନ୍ତରିକ ଧନ୍ଯବାଦ ଜ୍ଞାପନ କରିଥିଲେ। ସମସ୍ତ କାର୍ଯ୍ଯକ୍ରମର ମଞ୍ଚ ପରିଚାଳନା ଡା. ଆଲିଶା ହୁସେନଙ୍କ ନେତୃତ୍ୱରେ ଅନ୍ତଃଚିକିତ୍ସକ ଡା. ଶ୍ରୀତମ, ଡା. ସଂଗ୍ରାମ, ଡା. ନୀଲମ, ଡା. ସନାତନ ଆଦିଙ୍କ ଦ୍ୱାରା ସଫଳତାର ସହ ସଂପାଦିତ ହୋଇଥିଲା। ଭବାନୀପାଟଣାଠାରେ ପ୍ରଥମ ଥର ପାଇଁ ମଧୁମେହ ପରି ଏକ ଗୁରୁତ୍ୱପୂର୍ଣ୍ଣ ରୋଗ ଉପରେ ଆୟୋଜିତ ଏହି ଶିକ୍ଷା କାର୍ଯ୍ଯକ୍ରମକୁ ସବୁସ୍ତରରେ ସ୍ବାଗତ କରାଯାଇଥିବା ବେଳେ ଭବିଷ୍ଯତରେ ଏପରି କାର୍ଯ୍ଯକ୍ରମ କାର୍ଯ୍ଯରତ ଡାକ୍ତରଙ୍କୁ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ସମୟୋପଯୋଗୀ ହେବା ସହ ସେମାନଙ୍କ ଚିକିତ୍ସା ଦକ୍ଷତାରେ ସହାୟକ ହେବ ବୋଲି ମତବ୍ଯକ୍ତ କରିଥିଲେ। ଉକ୍ତ କାର୍ଯ୍ଯକ୍ରମରେ ୧୫ଠରୁ ଊର୍ଦ୍ଧ୍ୱ ଡାକ୍ତର ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.